xmas

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କଲା ପିଶାଚ ଟିମନ୍

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବଳାତ୍କାର ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ଅଭିଯୁକ୍ତ ପିଶାଚକୁ ଗାଁ ଲୋକେ ଧରି ପୋଲିସର ଜିମା ଦେଇଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ଖଯୁରୋଜ ଗ୍ରାମର ଜଣେ ଜଣେ ଦିବ୍ୟାଙ୍ଗ ଯୁବତୀ (୨୫) ଆଜି ପୂର୍ବାହ୍ନ ୧୧.୩୦ ମୀ ସମୟରେ ଗାଁ ଠାରୁ ଦୂର ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ସେହି ସମୟରେ ମଲ୍ଲିକପଡ଼ା ଗ୍ରାମର ଅଷ୍ଟମ ମାଝୀ ଓରଫ ଟିମନ୍ (୨୨) ସେହି ବାଟ ଦେଇ ଯାଉଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଏକୁଟିଆ ଦେଖି ତାକୁ ଜୋର୍ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିଲା। ଗାଁ ଲୋକେ ଦୁବୁତ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.