ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅବସରପ୍ରାପ୍ତ ଶିକ୍ଷକ ଗିରଫ

ଫୁଲବାଣୀ, ୨୫/୦୯: ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ ମଲ୍ଲିକକୁ ଗିରଫ କରିଛି l ଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦଡକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଣୀଦଣୀ ଗ୍ରାମରୁ l ଅଭିଯୁକ୍ତ ସୁବର୍ଣ୍ଣ ମଲ୍ଲିକ ଗତ ୨୨ ତାରିଖ ଦିନ ଗ୍ରାମର ଏକ ଚାରି ବର୍ଷର ଝିଅ ଅଙ୍ଗନବାଡି କେନ୍ଦ୍ରରେ ଖେଳୁ ଥିବା ସମୟରେ ତାକୁ ଗେଲ କରିବ ବୋଲି କହି ଏକ ଘରକୁ ନେଇ ତାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଝିଅଟି ଭୟରେ ଚିତ୍କାର କରିଥିଲା ଓ ସେହି ସମୟରେ ଜୈନିକା ପୀଡିତାର ମା ସେଇ ଘର ପାଖରେ କାମ କରୁଥିବା ସମୟରେ ଝିଅର ଚିତ୍କାର ଶୁଣି ଧାଇଁଯାଇ ଦେଖିଲା ବେଳେ ସେଇ ଗ୍ରାମର ସୁବର୍ଣ୍ଣ ମଳିକ(୬୪ ବର୍ଷ) ତାଙ୍କ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ କରି ଶିଶୁ କନ୍ୟାର ମା ୨୪ ତାରଖ ଦିନ ସଦର ଥାନାରେ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ | ପୀଡିତାଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ ସଦର ପୋଲିସ କେଶ ନଂ ୧୪୧/୨୨ ଦଫା ୩୭୬/ AB IPCର RW ସେକ୍ସନ ୬(୧) ଧାରାରେ କେଶ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ଜଣା ପଡିଛି | ସଦର ଥାନାର ସମ୍ବିତ ବେହେରା ଘଟଣାର ତଦନ୍ତ କରୁଛନ୍ତି l

Leave A Reply

Your email address will not be published.