xmas

ଫୁଲବାଣୀ ନିକଟ ଦାତପାଜୁ ଗ୍ରାମରୁ ସାତ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ, ୨୯/୦୯: ବୁଧବାର ସନ୍ଧ୍ୟାରେ ପୁଣି ସହରଠାରୁ ଦୂର ଦାତପାଜୁ ଠାରେ ଥିବା ମହାବୀର ୱାଟର ସର୍ଭିସିଂ ସେଣ୍ଟରରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ନାରାୟଣ ସାହୁ ନାମକ ଜଣକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ ଏବଂ ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ସାପଟିକୁ ଦୂର ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା। ଟିମ୍ ହ୍ୟୁମାନୀଟି ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ଓ ସଠିକ ପଦକ୍ଷେପ ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.