ବିଜେଡିର ବିଶାଳ ପ୍ରସ୍ତୁତି ବୈଠକରେ ମାଲକାନଗିରି ବିଜେଡି ସାମିଲ

ମାଲକାନଗିରି: ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ଦଳ ପକ୍ଷରୁ ମାସେ ବ୍ୟାପି ଆରମ୍ଭ ହେଉଥିବା ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କରିଛନ୍ତି। ଏହି ସମୟରେ ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଭାପତି ପରାମର୍ଶ ଦେଇଛନ୍ତି। ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି। ଏତେ ଦିନ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ। ଲୋକଙ୍କ ସେବା ସହ ଏହି ପ୍ରତିବଦ୍ଧତାକୁ ନିଜ ଉତ୍ତର ଦାୟିତ୍ଵ ଭାବେ ଗ୍ରହଣ କରି ଏକ ହୋଇ କାମ କରିବାକୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସାମିଲ ହୋଇଛନ୍ତି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଯୁବ ସଭାପତି ଆଡ଼ମା ରାବା ଏବଂ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଓ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ପଣ୍ଡା ,ରାଜ୍ୟ ବିଜେଡି ଯୁବ ସମ୍ପାଦକ ରବି ରାଜେଶଙ୍କ ସହ ସମସ୍ତ ଯୁବ ଛାତ୍ରର ବ୍ଲକ ସଭାପତି, ନଗର ସଭାପତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ଉପାଧ୍ୟକ୍ଷ, ଉପାଧ୍ୟକ୍ଷା ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଯାଇଛନ୍ତି ଓ ପ୍ରଥମ ଦିବସର କାର୍ଯ୍ୟକ୍ରମ ସରିଛି ଏବଂ ଆସନ୍ତା କାଲି ଦ୍ୱିତୀୟ ଦିବସରେ ପୁନର୍ବାର କାର୍ଯ୍ୟକ୍ରମରେ ଯୋଗ ଦେବେ ।

Leave A Reply

Your email address will not be published.