xmas

୨୮୭ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଋଣ ପ୍ରଦାନ

ମାଲକାନଗିରି,୨୯/୯ ମାଲକାନଗିରି ବ୍ଲକ ପରିସରରେ ଆୟୋଜିତ ଋଣ ମେଳାରେ ମାଲକାନଗିରି ବ୍ଲକର ୨୮୭ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମି, ବିଡିଓ ଅଜୟ କୁମାର ପ୍ରଧାନ, ଓଡିଶା ଜୀବିକା ମିଶନର ଅଧିକାରୀ ଜଗଦିଶ ବାରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ୧୩ଟି ବିଭିନ୍ନ ବ୍ୟାଙ୍କ ଏହି ଋଣ ପ୍ରଦାନ କରିଥିଲେ। ୨୮୭ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ମୋଟ ୫ କୋଟି ୯୪ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରଯାଇଥିଲା। ସ୍ବୟଂ ସାହାୟକ ଗୋଷ୍ଠୀର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ବ୍ୟାଙ୍କ କିଛି କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିଥିଲେ। ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସରକାର ସଦା ସର୍ବଦା ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.