xmas

ସମ୍‌ରେ ଜାତୀୟ ପୋଷଣ ଦିବସ ପାଳିତ

ଭୁବନେଶ୍ୱର,୨୯/୯: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗିରିଶ୍ କୁମାର ପତି ଏବଂ ଡକ୍ଟର ମନ୍‌ଜିତ୍ କାନୁନ୍‌ଗୋ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତି ବେଦାନ୍ତ ମିଶ୍ର , ଶିଶୁ ରୋଗ ବିଭାଗର ପ୍ରଫେସର ସ୍ୱରୂପ କୁମାର ବିଶୋଇ, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ଡାକ୍ତର ପୁଷ୍ପାଞ୍ଜଳୀ ମିଶ୍ର ଓ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତୀ ମୀନତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସୁଷମ ଖାଦ୍ୟ ଓ ଉତମ ଜୀବନଶୈଳୀ ଦ୍ୱାରା କିପରି ବିଭିନ୍ନ ରୋଗରୁ ଉପଶମ ମିଳିପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।

ଗତ ସେପ୍ଟେମ୍ବର ୪ ତାରିଖରୁ ପୋଷଣ ମାସ ପରିପ୍ରେକ୍ଷୀରେ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ୩ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ମାଗଣା ଖାଦ୍ୟ ତାଲିକା ପ୍ରସ୍ତୁତି ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହିପରି ତୃତୀୟ ସପ୍ତାହର ୨୮ ତାରିଖରେ ଥେରାପିଇୟୁଟିକ୍ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

ଏହି ପ୍ରଦର୍ଶନୀରେ ବିଭିନ୍ନ ରୋଗ ଯେପରିକ ଡାଇବେଟିସ୍ , କ୍ୟାନସ୍‌ର, କିଡନୀ ସମସ୍ୟା, ଥାଇରଏଡ୍ ଭଳି ସମସ୍ୟା ଏବଂ ସେଥି ନିମନ୍ତେ ଖାଦ୍ୟ ତାଲିକା, ରେନ୍‌ବୋ ଡାଏଟଏବଂ ଖାଦ୍ୟର ନମୁନା ପ୍ରଦର୍ଶନୀ କରାଯାଇଥିଲା । ଏହି ପ୍ରଦର୍ଶନୀ ଦ୍ୱାରା ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ, ହସ୍ପିଟାଲର କର୍ମଚାରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଶ୍ରେଷ୍ଠ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସିନିୟର ଡାଇବେଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ସୁନିତା ନାଗ୍‌, ସୁଖଦା ମହାପାତ୍ର, ସୁଶ୍ରୀ ତନୟା ବରାଳ, ଚନ୍ଦ୍ରିମା ସେନାପତି ଓ ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.