xmas

ଯବାନ ସ୍ୱାମୀଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପତ୍ନୀ

ଫୁଲବାଣୀ, ୩୦/୦୯: ପ୍ରଥମେ ପ୍ରେମ ଆଉ ଭାବର ଆଦାନ ପ୍ରଦାନ ତାପରେ ବିବାହ l ସେ ପୁଣି ଜୋର ଜବରଦସ୍ତ ଘରୁ ଉଠାଇନେଇ ବିବାହ କରିଥିଲେ ଆଇ ଆର ବି ଯବାନ ସ୍ୱାମୀ ଜଣଙ୍କ ଆଉ ଏବେ ବାହାଘର ଚାରି ବର୍ଷ ନ ହେଉଣୁ ସ୍ୱାମୀ ଗୌରୀଶଙ୍କର ପ୍ରଧାନ ଆରମ୍ଭ କରିଦେଲେ ନିର୍ଯ୍ୟାତନା l ଫଳରେ ଗତ ୨୦୧୯ ମସିହାରେ ନାଇମା ବାପ ଘରକୁ ଚାଲିଆସିଥିଲେ l ଆଉ ଏ ନେଇ ପତ୍ନୀ ନାଇମା ଦାରିଙ୍ଗବାଡି ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ବି ଥାନାବାବୁ ଶୁଣୁନଥିବା ଅଭିଯୋଗ ହୋଇଛି l ଫଳରେ ଗୌରୀଶଙ୍କରଙ୍କ ପତ୍ନୀ ନାଇମା ନ୍ୟାୟ ପାଇଁ ଏବେ କନ୍ଧମାଳ ଏସପିଙ୍କ ନିକଟରେ ଅଭଯୋଗ କରିଛନ୍ତି l ଯବାନ ସ୍ୱାମୀ ଗୌରୀଶଙ୍କର ନାଇମାଙ୍କୁ ଯୌତୁକ ଆଣିବାକୁ ଦାବି କରି ମାଡ ଗାଳି ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି l ମାଡ଼ ମାରିବା ଫଳରେ ଗର୍ଭ ନଷ୍ଟ ହୋଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି l ତେବେ ସେ ଜଣେ ଯବାନ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପତ୍ନୀ ଅଭିଯୋଗ ଆଣିଛନ୍ତି l ତେବେ ତଦନ୍ତ ପରେ ଘଟଣାର ସତ୍ୟତା କେତେ ଜଣାପଡିବ? ଘଟଣାରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରୀ ନିଶ୍ଚୟ l ତେବେ ଏ ନେଇ ଥାନା ଅଧିକରୀ କିମ୍ବା ଏସପିଙ୍କ ମତାମତ ମିଳିପାରିନାହିଁ l

Leave A Reply

Your email address will not be published.