xmas

ଜିଲ୍ଲା ପରିଷଦ ଅଧକ୍ଷ୍ୟା ୫ଟି ସଚିବଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ବିଷୟରେ ଆଲୋଚନା କଲେ

ମାଲକାନଗିରି, ୧।୧୦ : ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶମାରୀ ତାଙ୍ଗୁଲ ଭୁବନେଶ୍ଵର ଗସ୍ତରେ ଯାଇଥିବା ବେଳେ ସେଠାରେ ସେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ଵରରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ବହୁ ନେତାଙ୍କ ସହ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ତାଙ୍ଗୁଲ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଶେଷ ହେବାପରେ ସେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ସାକ୍ଷାତ କରିଥିଲେ । ସେଠାରେ ସେ ୫ଟି ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ତେବେ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ୫ଟି ଦ୍ଵାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଗୁଡିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ କରିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ତାଙ୍ଗୁଲ ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ । ତେବେ ଏହି ଅବସରରେ ଆଗାମୀ ଦିନରେ ଜିଲ୍ଲାର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.