xmas

ନାଗ ସାପ ଧରି ସେଲ୍ଫି ନେଉଥିବା ବେଳେ ସର୍ପ ଦଂଶନରେ ଯୁବକର ମୃତ୍ୟୁ

ମାଲକାନଗିରି,୧/୧୦ ସଭ୍ୟଶିକ୍ଷିତ ସମାଜର ଯୁବପିଡ଼ି ମାନେ ସେଲ୍ଫି ନେବା ଓ ସାମାଜିକ ଗଣମାଧ୍ୟମରେ ନିଜ ନିଜର ଫଟୋ ଭିଡିଓ ଛାଡି ଲାଇକ ଓ କମେଣ୍ଟ ପାଇଁ ବାୟା ହୋଇଯାଉଛନ୍ତି। ଜଣେ ଯୁବକ ବିଷ ଧର ନାଗ ସାପକୁ ଧରି ତା ସହିତ ଖେଳିବା ଓ ସେଲ୍ଫି ନେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସାପଟିକୁ ବାରମ୍ବାର ଖେଳାଇ ମୁହଁ ନିକଟକୁ ନେଇ କିସ ଦେବା ବେଳେ ସାପଟି ଯୁବକ ମୁହଁକୁ ଚୋଟ ମାରିବା ଭଳି ଦୃଶ୍ୟର ଭିଡିଓ ଆଜି ସନ୍ଧ୍ୟାରେ ଭାଇରାଲ ହୋଇଛି। ଶେଷରେ ଯୁବକଟି ନାଗ ସର୍ପ ଧ୍ଵଂସନରେ ମୃତ୍ୟ ଘଟିଥିବାର ଜଣାପଡ଼ିଛି। ଏପରି ସ୍ପର୍ଶକାତର ଘଟଣା ମାଲକାନଗିରି ବ୍ଲକସ୍ଥ ଗଙ୍ଗଲା ଗ୍ରାମରେ ଘଟିଛି। ସେହି ଗ୍ରାମର ଜଣଙ୍କ ଘରେ ନାଗ ସାପ ଟିଏ ପସିଯାଇଥିବାରୁ ଗ୍ରାମର ଅଜୟ ପଟକା ନାମକ ଜଣେ ଆଦିବାସୀ ଯୁବକ ଉକ୍ତ ସାପଟିକୁ କୌଶଳ କ୍ରମେ ଧରିନେଇଥିଲେ। ନିଜର ବାହାଦୂର ଦେଖାଇ ସୋସିଆଲ ମେଡିଆରେ ଭିଡିଓ ଛାଡିବା ପାଇଁ ବିଷଧର ନାଗ ସାପଟି ସହିତ ଖେଳିଥିଲେ। ଖେଳିବା ବେଳେ ସାପଟିକୁ ନିଜ ମୁହଁ ନିକଟକୁ ନେଇ କିସ ଦେବା ସେଲ୍ଫି ନେବା ବେଳେ ସାପଟି ତାଙ୍କ ମୁହଁକୁ ଚୋଟ ମାରିଥିଲା। ଯୁବକଟି ଅସୁସ୍ଥ ହୋଇପଡି ବାରୁ ପରିବାର ଲୋକମାନେ ତାଙ୍କୁ ହସ୍ପିଟାଲକୁ ନନେଇ ଗୁଣିଆ ପାଖକୁ ନେଇ ଝଡା ଫୁଙ୍କା କରିଥିଲେ। ହେଲେ ଯୁବକ ଟି ବଞ୍ଚିପାରି ନଥିଲା, କିଛି ସମୟ ପରେ ଯୁବକଟିର ମୃତ୍ୟୁ ଘଟିଥିବାର ଜଣାପଡିଛି। ଏହି ଘଟଣା ସମଗ୍ର ଗଙ୍ଗଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.