ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ଜିଲ୍ଲା ମହିଳା ବିଜେଡିର ସଭାପତି
ମାଲକାନଗିରି,୮/୧୦ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ଶ୍ରେହାଙ୍ଗିନୀ ଛୁରୀୟଙ୍କ ଦ୍ବାରା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ନିବେଦିତା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସଭାନେତ୍ରୀ ଭାବେ ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ନାୟକଙ୍କୂ ମନୋନୀତ କରାଯାଇଛି। ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ସହଯୋଗରେ ମାଲକାନଗିରି ଜିଲ୍ଲା କମିଟି ସହିତ, ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ,ଏନଏସି ଏବଂ ମୁନିସିପାଲିଟିର କମିଟି ଓ ସଭାନେତ୍ରୀମାନଙ୍କ ନାମ ଘୋଷଣା କରାଯାଇଛି। ମାଲକାନଗିରି ବ୍ଲକ ଗୌରୀ ପଡ଼ିଆମୀ, ମାଲକାନଗିରି ମୁନିସିପାଲିଟି କବିତା ମହନ୍ତ, ବାଲିମେଳା ଏନଏସି କୁମାରୀ ସେଠି, ଚିତ୍ରକୋଣ୍ଡା ବ୍ଳକ ରାଜେଶ୍ୱରୀ ଖିଲ, ଖଇରପୁଟ ବ୍ଳକ ସାବିତ୍ରୀ ମୁଦୁଲି, ମାଥିଲି ବ୍ଲକ ଟିକି ମଲ୍ଲିକ, କାଲିମେଳା ବ୍ଳକ ବନାଳି ବରାଳ, ପଡ଼ିଆ ବ୍ଳକ ରାଜେଶ୍ୱରୀ କବାସୀ, କରୁକୋଣ୍ଡା ବ୍ଳକ ସୁନ୍ଦର ଆମାଗୋଛା, ବ୍ଳକ ସଭାନେତ୍ରୀ ଭବେ ଦାୟୀତ୍ବ ଦିଆଯାଇଛି। ସେଭଳି ସୁନିତା ଜେନା, ମମତା ପଡ଼ିଆମୀ, ଦାହନା ତାଙ୍ଗୁଳ, ଗୌତମି ସାହୁ, ମୁସ୍କାନ ଦେବନାଥ, ଓ ଅନ୍ୟ ତୁଙ୍ଗ ନେତୃମଣ୍ଡଳୀ ଙ୍କୁ ନୂତନ ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳର ସମସ୍ତ ତୁଙ୍ଗ ନେତୃମଣ୍ଡଳୀଙ୍କୁ ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଓ ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ର।ବା, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା,ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ବିଜେଡି ମିଡ଼ିଆ ସଂଯୋଜକ ସୁନିଲ ସାହୁ ଓ ଜିଲ୍ଲା ବିଜେଡିର ବରିଷ୍ଟ ଯୁବ ଛାତ୍ର କର୍ମକର୍ତ୍ତା ସାଦର ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ ଜଣେଇଛନ୍ତି। ସେମାନଙ୍କ ଦକ୍ଷ ନେତୃତ୍ବ ଏବଂ ବଳିଷ୍ଠ ଉଦ୍ୟମ କ୍ରମେ ଜିଲ୍ଲା ସ୍ତରରେ ତୃଣମୁଳ ସଂଗଠନ ସୁଦୃଢ ହେବ, ବୋଲି ବିଜୁ ମହିଳା ଜନତା ଦଳ ଦୃଢ ଆଶା ପ୍ରକଟ କରୁଛି।
Sign in
Sign in
Recover your password.
A password will be e-mailed to you.