xmas

ମେଡିକାଲରେ ରୋଗୀଙ୍କୁ ଫାର୍ମାସିଷ୍ଟଙ୍କ ଦୁର୍ବ୍ୟବହାର ଘଟଣା; ଫାର୍ମାସିଷ୍ଟଙ୍କୁ ବଦଳି ନେଇ ନିର୍ଦେଶ ଦେଲେ ଚିତ୍ରକୋଣ୍ଡା ବିଧାୟକ

ମାଲକାନଗିରି,୮/୧୦: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରୋଗୀଙ୍କ ସଂପର୍କୀୟ ଏବଂ ମହିଳା ଫାର୍ମାସିଷ୍ଟ ପ୍ରାଚୀ ପ୍ରଭା ବେହେରାଙ୍କ ମଧ୍ୟରେ ହାଇଡ୍ରାମା ଚାଲିଥିଲା। ମାଲକାନଗିରି ପୌର ପରିଷଦର ପୂର୍ବତନ କାଉନସେଲର ବାଲା ରାଜୁଙ୍କ ସଂପର୍କୀୟ କୌଣସି ରୋଗରେ ଆକ୍ରନ୍ତ ହୋଇଥିବା ବେଳେ ମେଡିକାଲକୁ ଯାଇ ମହିଳା ଫାର୍ମାସିଷ୍ଟଙ୍କ ସହ ରୋଗୀଙ୍କୁ ଦେଖିବା ନେଇ କଥାବାର୍ତ୍ତା ହୋଇଥିଲେ। ତେବେ କୌଣସି ଏକ କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋରଦାର ବଚସା ହୋଇଥିଲା। ଏହି ସମୟରେ ଡାକ୍ତର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଏହି ବଚସା ସମୟର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ମହିଳା ଫାର୍ମାସିଷ୍ଟ ବାଲା ରାଜୁଙ୍କୁ ଇଂରାଜୀରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବା ସ୍ପଷ୍ଟ ବାରି ହୋଇପଡୁଥିଲା।ତେବେ ବାଲା ରାଜୁ ହେଉଛନ୍ତି ବଜେଡିର ଜଣେ ଆଗଧାଡିର କର୍ମୀ। ଆଜି ଏନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯାହାକୁ ନେଇ ମେଡିକାଲରେ ସିଡିଏମଓଙ୍କ ସମେତ ମେଡିକାଲ ଏଡିଏମଓ ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମଧ୍ୟ ଉପସ୍ଥିତ ରହି ବୈଠକ କରାଯାଇଥିଲା ଦୁହିଁଙ୍କୁ ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଦୁହେଁ ନିଜ ନିଜର ମତ ରଖିଥିଲେ। ତେବେ ବୈଠକରେ ମଧ୍ୟ ବଚସା ହୋଇଥିବା ଜଣାପଡିଛି।ଶେଷରେ ମହିଳା ଫାର୍ମାସିଷ୍ଟ ଭୁଲ ମାଗିବାକୁ ନାରାଜ ହୋଇଥିଲେ। କିନ୍ତୁ ସେ ଯେଉଁ ଇଂରାଜୀରେ ଗାଳି କରିଛନ୍ତି ସେଥିପାଇଁ ଦୁଃଖିତ ବୋଲି କହିଥିଲେ।ସେ କାହାକୁ ଇଙ୍ଗିତ କରି ଏହି ଗାଳି କରିନଥିବା କହିଥିଲେ। ବୈଠକରେ କୌଣସି ସମାଧାନ ନହେବାରୁ ଶେଷରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମହିଳା ଫାର୍ମାସିଷ୍ଟଙ୍କୁ ସ୍ବାଭିମାନ ଅଂଚଳର ଯଡାମ୍ବ ବଦଳି କରିବାକୁ ନିର୍ଦେଶ ଦେଇଥିଲେ। ତେବେ ସିଡିଏମଓ ଏନେଇ କି ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା। ଅନ୍ୟ ଦିଗରେ ମହିଳା ଫାର୍ମାସିଷ୍ଟ କିନ୍ତୁ ଏଥିପାଇଁ ଭୟ କରୁନଥିବା କହଥିଲେ। ଏହି ବୈଠକରେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ମାଲକାନଗିରି ପୌରପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ରାଜ୍ୟ ଯୁବ ବିଜୁ ଜନତା ଦଳର ସମ୍ପାଦକ ରବି ରାଜେଶ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.