xmas

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳନ

ଫୁଲବାଣୀ ,ତା ୧୧। ୧୦: କନ୍ଧମାଳ ଜିଲ୍ଲା ଖଜୁରୀପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାର ଆଜି ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଇଛି। ଆଜିର ସମୟରେ ଶିଶୁକନ୍ୟା ଓ ମହିଳାମାନଙ୍କ ସ୍ଥିତି ଏବଂ ଭବିଷ୍ୟତ ପାଇଁ ଆମର କର୍ତ୍ତବ୍ୟ କଣ ରହିବା ଉଚିତ୍ ସେନେଇ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଏବଂ ବକୃତା ପ୍ରତିଯୋଗିତା ମଧ୍ୟ କରାଯାଇ କୃତି ଛାତ୍ରୀମାନଙ୍କୁ ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦାନ କରି ମହିଳା ମାନଙ୍କ ଅତୀତର ସ୍ଥିତି ଏବଂ ଆଗାମୀ ଭବିଷ୍ୟତ ଏବଂ ଏଥିପାଇଁ ପରିବାରର ମୁଖ୍ୟ ଦାଇତ୍ୱବୋଧ ପାଇଁ ସମସ୍ତେ କିଭଳି ସଚେତନ ରହିବା ସେନେଇ ଆଲୋଚନା କରିଥିଲେ। ସେହିଭଳି ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ ଏବଂ ମମତା ମଲିକ ମଧ୍ୟ ଶିଶୁକନ୍ୟା ଦିବସ ପାଳନର ଲକ୍ଷ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ। ମହିଳା ଓ ଶିଶୁ ବିକାଶ ଅଧିକାରୀ ଗୀତାଞ୍ଜଳି ପଣ୍ଡା ଅଂଶ ଗ୍ରହଣ କରି ଏବଂ ତାହାର କୁପରିଣାମ ସହ ଶିଶୁକନ୍ୟା ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ କଣ ରହିବା ଆବଶ୍ୟକ ସେନେଇ ଆଲୋଚନା କରିଥିଲେ। ପିରାମଲ ଫାଉଣ୍ଡେସନ ସଦସ୍ୟା ବନ୍ଦନା ତିୱାରୀ, ପ୍ରାର୍ଥନା ଥାପା, ଏବଂ ବି. ସଂଧ୍ଯା ପ୍ରମୁଖ ବାଳିକା ଶିଶୁ ଦିବସ ଉପରେ ବର୍ତ୍ତବ୍ୟ ରଖିଥିଲେ। ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଦୁତିପଡା ସମିତିସଭ୍ୟ ସୁକଦେବ ସେଠୀ, ପ୍ରଧାନ ଶିକ୍ଷୟତ୍ରୀ ଶିବା ରାଣୀ ମଲିକ, ଆମ୍ବେଦକର ମହାବିଦ୍ୟାଳୟ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୋତ୍ସାରାଣୀ ମଲିକ, ଜିପିଇଓ ସୋନମ ବେହେରା, ନୋବେଲ ଖାନ, ଡାକ୍ତର ଅଲ୍ଲୀ ଖାନ୍, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ସୁର ପ୍ରସାଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ଏବଂ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.