xmas

ପ୍ରେମିକା ଭାଇର କୁରାଢ଼ୀ ଚୋଟରେ ପ୍ରେମିକ ମୃତ

ଫୁଲବାଣୀ, ୧୨/୧୦: ପ୍ରେମକରି ପ୍ରେମିକର ଜୀବନ ଗଲା l ପ୍ରେମିକା ଭାଇର କୁରାଢ଼ୀ ଚୋଟରେ ପ୍ରେମିକର ମୃତ୍ୟୁ l ମୃତକ ଜଣକ ହେଲେ ସାରଙ୍ଗଡ଼ ଥାନା ଅନ୍ତର୍ଗତ କୁଲରପଦର ଗ୍ରାମର ପ୍ରଦୀପ ମଲିକ l ତିରିଶ ବର୍ଷ l ସୂଚନାଯୋଗ୍ୟ ଯେ ପ୍ରଦୀପ ତାମିଲନାଡୁରେ କାମ କରନ୍ତି ତେବେ ସେହି ଅଂଚଳ ର ଜଣେ ଯୁବତୀ ମଧ୍ୟ ତାମିଲନାଡୁରେ କାମ କରୁଥିବାରୁ ଉଭୟ ଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କଗଢି ଉଠିଥିଲା l ହେଲେ ଯୁବତୀର ଭାଇ ଏହା ଯତୀନ ପ୍ରଧାନ ଏହାକୁ ବିରୋଧ କରି ଆସୁଥିଲେ l ତେବେ ଦଶହରାକୁ ପ୍ରଦୀପ ଓ ପ୍ରେମିକା ଉଭୟ ଗାଁକୁ ଆସିଥିଲେ l ଆଉ ପ୍ରଦୀପ ପ୍ରେମିକାକୁ ଭେଟାଇବା ଲାଗି ତାଙ୍କ ଘରକୁ ଆସିବା ବେଳେ ପ୍ରେମିକାର ଭାଇ ଯତୀନ ଗୁଂଜୀଵାଡ଼ି ନିକଟ ଡ଼ଡ଼ବାଡି ଠାରେ କୁରାଢ଼ୀରେ ଆକ୍ରମଣ କରି ବୁଦାମୂଳରେ ପ୍ରଦୀପର ରକ୍ତ ଜୁଡୁବୁଡୁ ମୃତ ଦେହ ଫୋପାଡ଼ି ଦେଇଥିଲା l ଖବରପାଇ ସାରଙ୍ଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ୯୦/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ଏହି ମାମଲାରେ ଅଭିଯୁକ୍ତ ପ୍ରେମିକାର ଭାଇ ଯତୀନ ପ୍ରଧାନକୁ ପୋଲିସ ଗିରଫ କରିଥିବା ବିଷୟ ସାରଙ୍ଗଡ଼ ଥାନାଧିକାରୀ ବଧୂଳିକା ବିଶ୍ୱାଳ କହିଛନ୍ତି l ହତ୍ୟା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ଅଧିକ ଛାନଭିନ କରୁଥିବା କହିଛି l

Leave A Reply

Your email address will not be published.