ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠା ବେଡା ପଂଚାୟତ ରେ ତା -୧୨/୧୦/୨୨ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଅଛି l ଏହି ଯାତ୍ରାରେ ମୁଖ୍ୟତ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବେକା, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଂଗୁଲ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ, ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ଆଡ଼ମା ରାବା, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗପାଳ ପଣ୍ଡା ଯୋଗ ଦେଇଥିଲେ l ଏହା ସହିତ ଚିତ୍ରକୋଣ୍ଡା ବ୍ଲକର ଯୁବ ସଭାପତି, ଛାତ୍ର ସଭାପତି, ବରିଷ୍ଟ ବିଜେଡି କର୍ମୀ ଓ ୧୮ଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ l ଏହି ଯାତ୍ରାର ମୁଖ୍ୟ ଉଦେଶ୍ୟ ଥିଲା ସରକାରଙ୍କ ଜନ କଲ୍ୟାଣ ବାର୍ତା ଲୋକଙ୍କ ପାଖକୁ ପହଞ୍ଚାଇବ ପାଇ ଆରମ୍ଭ ହୋଇଅଛି l ଓଡିଶାର ସ୍ୱାର୍ତରକ୍ଷା ପାଇ ଏହା ଏକ ସାମୁହିକ ଆନ୍ଦଳନ ରୂପ ନେଇଛି l ଏହି ଜନ ସଂପର୍କ ଯାତ୍ରାରେ ମୁଖ୍ୟତଃ ପରିଚାଳନା କରିଥିଲେ ଶିବ ଖରା, କାମଳୁ ହ୍ୱନ୍ତାଳ, ରଘୁ ଖରା, ଓ ଅନ୍ୟାନ୍ୟ ବିଜେଡି କର୍ମୀ ଆଗକୁ ସମସ୍ତେ ନିଜ ଉତ୍ତରଦାୟୀତ୍ୱ ଭାବେ ଗ୍ରହଣ କରି ଏକ ହୋଇ କାମ କରିବାର ଲକ୍ଷ ରଖିଛନ୍ତି l
