xmas

ଫୁଲବାଣୀ ବ୍ଲକର ଚତୁର୍ଥ ସାଧାରଣ ବୈଠକ

ଫୁଲବାଣୀ: ବୁଧବାର ଫୁଲବାଣୀ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାସନ ଓ ଜନସାଧାରଣଙ୍କ ସହୋଯୋଗରେ ହିଁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଉପାଧ୍ୟକ୍ଷ ଶ୍ରୀନିବାସ କହଁର, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରମା ମଲିକଙ୍କ ସମେତ ଏଗାର ଗୋଟି ପଂଚାୟତ ର ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ l ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ପାନୀୟ ଜଳ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଚଉରାନବେ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା l ଏଗାର ଜଣଙ୍କୁ ଅନ୍ତୋଦୟ କାର୍ଡ, ୬ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚାରି ଲକ୍ଷ ଟଙ୍କାର ଋଣ ପ୍ରଦାନ ଓ ପରିବାର ମଙ୍ଗଳ ଯୋଜନାରେ ୧୨ ଜଣ ହିତାଧିକାରୀଙ୍କୁ କୋଡିଏ ହଜାର ଟଙ୍କା ଲେଖାଁଏ ସହାୟତା ରାଶି ସାଂସଦ ଡ଼ଃ ସାମନ୍ତ ପ୍ରଦାନ କରିଥିଲେ l ଶେଷରେ ଏବିଡିଓ ସନ୍ତୋଷ ଡିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.