xmas

ବେଆଇନ ଘୁଟକା ଦୋକାନ ଉପରେ ଚଢ଼ାଉ, ଜୋରିମାନା ଆଦାୟ

ଫୁଲବାଣୀ, ୧୩/୧୦: ଫୁଲବାଣୀ ସହର ସମେତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ଖୁଲମଖୁଲା ଘୁଟୁକା ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଚେତିଛି l ବୁଧବାର ଡ୍ରଗ ଇନିସ୍ପେକ୍ଟରଙ୍କ ନେତୃତ୍ୱରେ କର୍ମଚାରୀମାନେ ଜି. ଉଦୟଗିରି ଅଂଚଳରେ ଅତର୍କିତ ଭାବେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ଘୁଟକା ଜବତ କରିବା ସହ ଜୋରିମାନା ଆଦାୟ କରିଥିଲେ l ଏହି ଟିମ ପ୍ରାୟ ୨୧ଟି ଦୋକାନ ଉପରେ ଚଢ଼ଉ କରି ତିନିହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରିଛନ୍ତି l ଆଗକୁ ଘୁଟୁକା ବିକ୍ରି ନକରିବା ଲାଗି ବ୍ୟବସାୟୀଙ୍କୁ ତାଗିଦ କରିଛି ଟିମ l ଡ୍ରଗ ଇନସପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଫୁଡ ଇନସପେକ୍ଟର ସତ୍ୟବ୍ରତ ସେନ ଓ ପୋଲିସ ଅଧିକାରୀ ସାମିଲ ଥିଲେ l

Leave A Reply

Your email address will not be published.