xmas

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ପାଳିତ

ଫୁଲବାଣୀ, ୧୩/୧୦: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଫୁଲବାଣୀ ଏଜେଓ ହାଇ ସ୍କୁଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସପ୍ତାହର ଦ୍ୱିତୀୟ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଚିକିତ୍ସାଳୟର ଏଡିପିଏଚ ଓ( ଡିସି ) ଡାକ୍ତର ବସନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ଚିକିତ୍ସା ମନୋବିଜ୍ଞାନୀ ତପସ୍ୱିନୀ ଆଚାର୍ଯ୍ୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ଇତିଶ୍ରୀ ପଟନାୟକ, ସନ୍ତୋଷ ସାହୁ, ଦଧିବାମନ ରଥ ପ୍ରମୁଖ ଯୋଗ ଦେଇ କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଆବଶ୍ୟକ ସେ ନେଇ ବୁଝାଇଥିଲେ l ସେହିପରି ପାଠ ସହ ଖେଳ କୁଦ ଆଦି କରିବା ଲାଗି ପରାମର୍ଶ ଦେଇଥିଲେ l ଫଳରେ ସ୍ୱାସ୍ଥ୍ୟ ଠିକ ରହିବ ବୋଲି କହିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷୟତ୍ରୀ ଶ୍ରୀମତୀ କଲ୍ଲୋଳିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.