xmas

ନୀଳାପଦର ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଫୁଲବାଣୀ, ୧୩/୧୦: ରାଜ୍ୟ ସରକାର କମ ଛାତ୍ର ଛାତ୍ରୀ ଥିବା ସ୍କୁଲ ଗୁଡିକ ବନ୍ଦ ନିଷ୍ପତି ନେବା ଫଳରେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ମଧ୍ୟ ଶତାଧିକ ସ୍କୁଲ ବନ୍ଦ ହେଲାଣି l ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜଗୁଡା ପଂଚାୟତ ଅନ୍ତର୍ଗତ ନୀଳାପଦର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମଥିବା ଯୋଗୁଁ ସେହି ସ୍କୁଲକୁ ବନ୍ଦ କରିଦେବାଲାଗି ନିଷ୍ପତି ନିଆଯାଇଥିବା ବିରୁଦ୍ଧରେ ଛାତ୍ର ଛାତ୍ରି ଓ ଅଭିଭାବକମାନେ ପ୍ରତିବାଦ କରିବା ସହ ସ୍କୁଲ ପୂର୍ବପରି ଚଲାଇବା ଦାବି କରି ଗୁରୁବାର ଜିଲାପାଳ କାର୍ଯ୍ୟାଳୟ କୁ ଆସି ସ୍ମାରକପତ୍ର ପ୍ରଦାନ କରିଛନ୍ତି l ଅନ୍ୟ କେତକ ସ୍କୁଲରେ ପିଲା ସଂଖ୍ୟା କମ ଥିଲେ ମଧ୍ୟ ସେହି ସ୍କୁଲ ବନ୍ଦ କରାଯାଇନଥିବା ବେଳେ ଏ ସ୍କୁଲ ବନ୍ଦ କରିବା ପଛରେ କାହାର କି ପ୍ରକାର ଅନ୍ତର୍ନିହିତ ସ୍ୱାର୍ଥ ରହିଛି ବୋଲି ନୀଳାପଦର ଗ୍ରାମବାସି ପ୍ରଶ୍ନ କରିଛନ୍ତି l ଏହି ସ୍କୁଲ ଉପରେ ସୁବର୍ଣଖୋଲ, ଆମ୍ବପଡ଼ା, ନୀଳପଦର, ମାନା ଖୋଲ, ଆଡାକୂପା ଆଦି ଗ୍ରାମ ଲୋକେ ନିର୍ଭର କରନ୍ତି l ଏଣୁ ଏହାର ପୁନର୍ବିଚାର ପାଇଁ ଗ୍ରାମବାସୀ, ଛାତ୍ର ଛାତ୍ରୀ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.