ଚିତ୍ରକୋଣ୍ଡା :- ୧୩/୧୦ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାମ୍ୱ ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଯାଇଚି।ବଡ଼ ଭାଇର ଲାଠି ମାଡ଼ରେ ସାନ ଭାଇର ମୃତ ହୋଇଛି।ଏହି ଘଟଣା ଟି ଘଟିଛି ଯୋଡ଼ାଆମ୍ବ ପଞ୍ଚାୟତର ଯାଜପେଲମ୍ ଗ୍ରାମରେ। ଘଟଣାଟି ଏହିପରି ଯୋଡ଼ାଆମ୍ବ ପଞ୍ଚାୟତର ଜାଜପେଲମ୍ ଗ୍ରାମରେ ଦୁଇ ଭାଇ ପ୍ରିତମ ପାଙ୍ଗି ଓ ବଳରାମ ପାଙ୍ଗି ରୁହନ୍ତି। ଛଅ ମାସ ତଳେ ବଡ଼ଭାଇ ପ୍ରିତମ ପାଙ୍ଗିର ଦେହ ଅସୁସ୍ଥ ହୋଇଥିଲା ବଡ଼ ଭାଇର ରୋଗ ଭଲ କରିବାପାଇଁ ସାନ ଭାଇ ବଳରାମ ପାଙ୍ଗି ବଡ଼ ଭାଇ ରଖିଥିବା ଗୋଟିଏ ଗାଈକୁ ସେହି ସମୟରେ ବିକ୍ରି କରିଦେଇଥିଲା। ଗାଈ ବିକିବା କଥା ବଡ଼ ଭାଇକୁ ଜଣାଇନଥିଲା। ଏବେ ବଡ଼ ଭାଇର ରୋଗ ଭଲ ହେବାପରେ ଏହି ମାସ ୧୦ ତାରିଖ ଦିନ ବଡ଼ ଭାଇ ସାନ ଭାଇକୁ ଗାଈ କୁଆଡେ ଗଲା ବୋଲି ପଚାରିଥିଲା ରୋଗ ଭଲ କରିବାପାଇଁ ଗାଈ ବିକିଦେଇଥିବ କଥା ସାନ ଭାଇ ବଡ଼ ଭାଇକୁ କହିଥିଲା। ମତେ ନକହିକି ଗାଈ କଣ ପାଇଁ ବିକ୍ରି କରିଦେଲୁ ବୋଲି ଦୁଇ ଭାଇଙ୍କ ମଧ୍ୟରେ ଝାଗଡା ହୋଇଥିଲାବଡ଼ ଭାଇ ପ୍ରିତମ ପାଙ୍ଗି ରାଗରେ ସାନ ଭାଇ ବଳରାମ ପାଙ୍ଗିର ମୁଣ୍ଡକୁ ଗୋଟିଏ ବାଉଁଶ ଲାଠି ସାହାଯ୍ୟରେ ମୁଣ୍ଡକୁ ଜରରେ ବାଡେଇଦେବାରୁ ଘଟଣାସ୍ଥଳରେ ହିଁ ସାନ ଭାଇ ବଳରାମ ପାଙ୍ଗି ର ମୃତୁ ହୋଇଯାଇଥିଲାବଳରାମ ପାଙ୍ଗିର ପତ୍ନୀ ଲଚମାଦେଇ ପାଙ୍ଗି ଯୋଡ଼ାଆମ୍ବ ଥାନାରେ ଅଭିଯୋଗ କରିବାରେ ଯୋଡ଼ାଆମ୍ବ ଥାନାରେ ୮/୨୦୨୨ ରେ କେଶ କରାଯାଇ ମୁଖ୍ୟ ଅଭିଯୁକ୍ତ ପ୍ରିତମ ପାଙ୍ଗିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି
