xmas

ନର୍ସିଂ କଲେଜ ଛାତ୍ରୀ ମାନଙ୍କ ଦ୍ବାରା ଚୌଦ୍ବାର କଲେଜ ପରିସରରେ ତମାଖୁ ବର୍ଜନ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପ୍ରାଥମିକ ଆଶୁ ଚିକିତ୍ସା ସେବା ସମ୍ବର୍ଦ୍ଧିତ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଟକ: ସୁସ୍ଥ ଏବଂ ତମାଖୁ ମୁକ୍ତ କ୍ୟାମ୍ପସ୍ ସୃଷ୍ଟି କରିବା, ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଶୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାକୁ ହେଲେ କେଉଁ ସବୁ ତରିକା ଗ୍ରହଣ କରିବା ଦରକାର ଏ ନେଇ ଆଜି ଏକ ସଚେତନତା ସଭା ଚୌଦ୍ବାର କଲେଜରେ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ବାର ସ୍ଥିତ ନର୍ସିଂ କଲେଜର ଛାତ୍ରୀମାନଙ୍କ ସହଯୋଗ କ୍ରମେ କଲେଜର ରେଡକ୍ରସ ଓ ଜାତୀୟ ସେବା ସଂଗଠନ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଟିକୁ କଲେଜର ଅଧ୍ୟକ୍ଷ ଡକ୍ଟର ଉମେଶଚନ୍ଦ୍ର ଦେବତା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କଲେଜର ନବାଗତ ଛାତ୍ର ଛାତ୍ରୀଙ୍କୁ ଫାଷ୍ଟ ଏଡ୍ ଟ୍ରେନିଂ ଦିଆଯିବା ସହ ତମାଖୁ ଦ୍ରବ୍ଯ ସେବନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷ ଡକ୍ଟର ଦେବତା ପ୍ରଶିକ୍ଷଣ ଶିବିର ଆୟୋଜନର ଆଭିମୁଖ୍ଯ ବିଷୟରେ ଆଲୋକପାତ କରିଥିବା ବେଳେ କଲେଜର ପ୍ରଶାସନିକ ମୂଖ୍ଯ ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଫାଷ୍ଟ ଏଡ୍ ବଞ୍ଚିରହିବାର ସୁଯୋଗ ଦେଇ ପାରିବ ବୋଲି କହିଥିଲେ। କଲେଜର ତମାଖୁ ବିରୋଧି କମିଟିର ସଂଯୋଜିକା ପ୍ରାଧ୍ୟାପିକା ରଶ୍ମୀ ରାଉତରାଏ, କାର୍ଯ୍ୟକାରୀ ସଦସ୍ଯ ସଭ୍ଯ ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ରେଡକ୍ରସ ଅଫିସର ବସନ୍ତ କୁମାର ବିଶ୍ଵାଳ, ମମତା ସାହୁ, ଏନ୍ ଏସ୍ ଏସ୍ ର ମୂଖ୍ଯ ଡକ୍ଟର ପ୍ରଭାବତୀ ପଢିୟାରୀ ନିଜ ନିଜର ବକ୍ତବ୍ଯରେ ତମାଖୁ ଦ୍ରବ୍ଯ ସେବନର କୁପରିଣାମ ବିଷୟରେ କହିଥିଲେ। ଚୌଦ୍ୱାର ନର୍ସିଂ କଲେଜର ଶିକ୍ଷାର୍ଥୀ ନର୍ସ ମାନେ ସେମାନଙ୍କ ଅଭିଜ୍ଞତାକୁ ଛାତ୍ରଛାତ୍ରୀଙ୍କୁ ବଖାଣିବା ସହ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କଲେଜର କାର୍ଯ୍ଯରତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀମାନଙ୍କୁ ସଚେତନ କରାଇ ଥିଲେ। ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷିତ କରା ଯାଇଥିଲା। ତମାଖୁ ସେବନ ଦ୍ବାରା ଘଟୁଥିବା ସ୍ଵାସ୍ଥ୍ୟହାନୀ ପ୍ରସଙ୍ଗରେ ଏହି ସଚେତନତା ସଭାରେ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ରାଜନୀତି ବିଜ୍ଞାନ ବିଭାଗର ମୂଖ୍ଯ ଅଧ୍ୟାପକ ଯୁକ୍ତେଶ୍ୱର ଦାସ, ଇତିହାସ ବିଭାଗର ଅଧ୍ୟାପକ ଚନ୍ଦ୍ର ଶେଖର ପଣ୍ଡା, ଅଧ୍ୟାପିକା ରାଜଲକ୍ଷ୍ମୀ ସାହୁ, ସୁଚିତ୍ରା ସାହୁ, ଲିଜା ରଥ, ଡେମୋନଷ୍ଟ୍ରେଟର ଅକ୍ଷୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.