ଫୁଲବାଣୀ, ୧୪/୧୦ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ଦ୍ଵାରା ଜିଲ୍ଲା ସ୍ତରରେ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଦୁଇ ଗୋଟି ଅନାଥ ଆଶ୍ରମ ଯଥା ଗୋପବନ୍ଧୁ ବଳଶ୍ରମ କେନ୍ଦୂପଦର୍ ଫୁଲବାଣୀ ଓ ସାଧନ ଫୁଲବାଣୀର ଅନ୍ତେବାସୀ ମାନଙ୍କୁ ସିଝା ଅଣ୍ଡା ଓ କେକ ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତ ରେ ଏ,.ଜେ.ଓ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଅଣ୍ଡା, କେକ୍ ଓ ଚକଲେଟ୍ ବଣ୍ଟନ ସହିତଅଣ୍ଡା ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କୁକୁଡ଼ା ଚାଷୀ, ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ର ସଦସ୍ୟ,ସମସ୍ତ ପ୍ରାଣୀ ଚିକିତ୍ସ କଙ୍କ ଉପସ୍ଥିତିରେ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ମିହିର୍ ସାମନ୍ତରାୟ ଡ. ଡି. ଏଚ କନ୍ଧମାଳ , ହରେକୃଷ୍ଣ ଜେନା,ଏଲ୍. ଡି.ଏମ., ସ୍ବାତିର ସମ୍ପାଦକ ହରି ଶଙ୍କର ରାଉତ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡ. ରଞ୍ଜନ କୁମାର ସାହୁ ଏ.ଡି. ଭି.ଓ (ଏଲ.ପି)ଙ୍କ ଅଧ୍ୟକ୍ଷତା କରିଥିଲେ ।ଡ ମନୋଜ କୁମାର ସାହୁ ଡି.ଡି,ଡ.ସନ୍ତୋଷ କୁମାର ପଟ୍ଟନୟକ ଏ.ଡି. ଭି.ଓ(ଡି. ସି),ଡ. ଦିଗବିଜୟ ଗିରି ଏ. ଡି.ଭି.ଓ(ପ୍ରାଣୀ ମଙ୍ଗଳକାରୀ) ଡ ରତ୍ନାକର ରାଉତ(ଏସ୍. ଡି.ଭି.ଓ,ବାଲିଗୁଡା) ଆଦିଙ୍କର ଉପସ୍ଥିତିରେ କାର୍ଯକ୍ରମ ସୁଚାରୁ ରୁପେ ସମାପନ ହୋଇଥିଲା।ଡ ଅଳକା ପଟ୍ଟନାୟକ, ନୋଡାଲ ଅଧିକାରୀ କନ୍ଧମାଳ କାର୍ଯକ୍ରମକୁ ପରିଚାଳନା କରିଥିଲେ। ଅଣ୍ଡା ଦିବସ ପାଳନ ର ଗୁରୁତ୍ଵ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଅଣ୍ଡାର ବିଭିନ୍ନ ଗୁଣାତ୍ମକ ମାନ ଉପରେ ଆଲୋଚନା ହୋଇଥିଲା। ଡ ଚିତ୍ତରଞ୍ଜନ ସେନ ବି.ଭି.ଓ ଟିକାବାଲି ପରିଶେଷରେ ଏକ କ୍ଷୁଦ୍ର କବିତା ମାଧ୍ୟମରେ ଅଣ୍ଡା କା ଫଣ୍ଡା ପାଠ କରିଥିଲେ l ଏହି ଦିବସ ରେ ଜିଲ୍ଲାକୁ ନବାଗତ ୪ ଜଣ ପ୍ରାଣୀ ଚିକିତ୍ସକଙ୍କୁ ମଧ୍ୟ ଜିଲ୍ଲା ପ୍ରାଣୀ ସଂଘ କନ୍ଧମାଳ ପକ୍ଷରୁ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.