ମୋଟୁ ତହସିଲ ଗସ୍ତ କରି ବିଭିନ୍ନ ସମୀକ୍ଷା କଲେ ଉପଜିଲ୍ଲାପାଳ

ମାଲକାନଗିରି,୧୪।୧୦: ମାଲକାନଗିରି ଜିଲ୍ଲାର ମୋଟୁ ତହସିଲରେ ୫-ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଓ ତହସିଲ ପରିଦର୍ଶନ କରି ସମୀକ୍ଷା କଲେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ । ଜିଲ୍ଲାରେ ଅନେକ ୫ଟି ବିଦ୍ୟାଳୟ ରହିଥିବା ବେଳେ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ଥିବା ଏହି ମୋଟୁ ତହସିଲରେ ଥିବା ୫ଟି ବିଦ୍ୟାଳୟରେ କିଭଳି ଶିକ୍ଷା ପ୍ରଦାନ କରାଯାଉଛି, ପିଲାଙ୍କୁ ଉଚିତ ଶିକ୍ଷା ମିଳୁଛିକି ନାହି ଏବଂ କଣ ସବୁ ଆବଶ୍ୟକତା ରହିଛି ସେନେଇ ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସମୀକ୍ଷା କରିଥିଲେ । ଏହା ସହ ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ମୋଟୁ ତହସିଲ୍ କାର୍ଯ୍ୟାଳୟରେ ପହଞ୍ଚି ସେଠିକା ସ୍ଥିତି ଅନୁଧ୍ୟାନ କରି ଅତିରିକ୍ତ ତହସିଲଦାରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାକାର କର୍ମୀଙ୍କ ସହ କେନ୍ଦ୍ରରେ ଥିବା ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଉପଜିଲ୍ଲାପାଳଙ୍କ ସହ ମୋଟୁ ଅତିରିକ୍ତ ତହସିଲଦାର ସବୀର ସାହା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତହସିଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ ଏହି ଗସ୍ତ କରି ସମୀକ୍ଷା କରିଥିବା କୁହାଯାଉଛି ।

Leave A Reply

Your email address will not be published.