ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ିଦେବା ଘଟଣା; ଅଭିଯୁକ୍ତ ଗିରଫ ହେବେ କେବେ ?

ଫୁଳବାଣୀ, ୧୪/୧୦: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ଜଣେ ମାନସିକ ବିକାର ଗ୍ରସ୍ତ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ି ଦେଇ ପଳାଇବା ଘଟଣାର ଚବିସ ଘଣ୍ଟା ପରେ ବି ପୋଲିସର ହାତ ଖାଲି ପୋଲିସ ଏଯାଏଁ କାହାରିକୁ ଗିରଫ କରିନି l ଏ ସମ୍ପର୍କରେ ଜି. ଉଦୟଗିରି ପୋଲିସ ମାମଲା ରୁଜୁ କରି ବସିଥିବା ଅଭିଯୋଗ ହେଉଛି l ସୂଚନା ଯୋଗ୍ୟ ଯେ, ଫୁଲବାଣୀ ସହରର ଜଣେ ମହିଳା ଗତ ୯ ତାରିଖ ରାତିରେ ଳକ୍ଷ୍ମୀ ପୂଜା ଦେଖିବାକୁ ସଙ୍କରା ଖୋଲଯାଇଥିଲେ l ପରେ ସେଠାରୁ କଳିଙ୍ଗା ମେଲୋଡି ଦେଖିବାକୁ ଯାଇଥିଲେ l ଆଉ ସେଠାରୁ ଘାଟି ରାସ୍ତାରେ ଚାଲି ଚାଲି ଯାଇଥିଲେ l ଏହି ସମୟରେ ବାଇକରେ ଭଞ୍ଜନଗର ପଟୁ ଆସୁଥିବା ୨ ଜଣ ଯୁବକ ଏକାକୀ ମହିଳାଙ୍କୁ ଦେଖି ଦୁଷ୍କର୍ମ କରି ରାସ୍ତା କଡରେ ପକାଇ ଦେଇ ପଳାଇଥିଲେ l ପରେ ଏ ନେଇ ଖବର ପାଇ ଜି. ଉଦୟଗିରିରୁ ଆମ୍ବୁଲାନ୍ସ ଯାଇ ଉଦ୍ଧାର କରି ଚିକିତ୍ସା ପାଇଁ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା l ପ୍ରାଥମିକ ଚିକିତ୍ସା ପରେ ପୀଡିତା ମହିଳାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ତେବେ ମହିଳା ଜଣକ ଉଚ୍ଚ ଶିକ୍ଷିତା ଏବଂ ତାଙ୍କ ସ୍ୱାମୀ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି l

Leave A Reply

Your email address will not be published.