xmas

ଅନ୍ଵେଷା ଆବାସିକ ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଫୁଲବାଣୀ, ୧୫/୧୦: ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫୁଲବାଣୀ ସହରରେ ଥିବା ଅନ୍ଵେଷା ହଷ୍ଟେଲରେ ରହି ଇଂରାଜି ମିଡ଼ିୟମ ସ୍କୁଲରେ ପାଠ ପଢ଼ୁଥିବା ସପ୍ତମ ଶ୍ରେଣୀ ଛାତ୍ର ସୁମନ ଜିତ ବଳିୟାରସିଂଙ୍କ ମୃତ୍ୟୁ ଘଟିଛି l ସୁମନଙ୍କ ଘର କୋଟଗଡ଼ ବ୍ଲକର ସିନ୍ଧିଗୁଡା ଗ୍ରାମରେ l ତେବେ ହଷ୍ଟେଲରେ ଗତ ୨୧ ତାରିଖ ଦିନ ହଠାତ ସୁମନର ବେକରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଇଥିଲା l ଏ ନେଇ ହଷ୍ଟେଲ କତୃପକ୍ଷ ଜାଣିବା ପରେ ସଙ୍ଗେସଙ୍ଗେ କାଳ ବିଳମ୍ବ ନ କରି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫେର କରିଥିଲେ l ତେବେ ଆମ୍ବୁଲାନ୍ସରେ ନେବା ବାଟରେ ଭଞ୍ଜନଗର ଠାରେ ଅସୁସ୍ଥ ହୋଇପଡିବାରୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମନର ମୃତ୍ୟୁ ଘଟିଥିଲା l ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯିବା ପରେ ପରିବାର ଲୋକେ ଭଞ୍ଜନଗର ପହଞ୍ଚି ମୃତଦେହ ଗ୍ରହଣ କରିଥିଲେ l ତେବେ ଶବ ବ୍ୟବଛେଦ ନ କରିବା ପାଈଁ ପରିବାର ଲୋକେ କୁଆଡେ ଅନୁରୋଧ କରିବାରୁ ସତ୍ୟପାଠ ଦାଖଲ କରି ମୃତଦେହ ଗ୍ରହଣ କରିଥିଲେ l ସୁମନର ଚିକିତ୍ସାରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରାଯାଇନଥିବା ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି l ଅନ୍ଵେଷା ହଷ୍ଟେଲରେ ଛାତ୍ର ଛାତ୍ରୀମାନଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରଦାନ ସହ ସ୍ଵଛତା ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ l ଅନ୍ୟ ପକ୍ଷରେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ପୁଅର ମୃତ୍ୟୁ ଘଟିଲା ବୋଲି ମୃତ ସୁମନର ବାପା ସୁକାନ୍ତ ବଳିୟାରସିଂ ଅଭିଯୋଗ କରିଛନ୍ତି l ତେବେ ସୁମନର ପୂର୍ବରୁ ଦେହ ଖରାପ ଥିବା, ଆଉ ଡାକ୍ତରଙ୍କୁ ଦେଖାଇନଥିବେ ନ ହେଲେ, ହଟାତ ଜଣେ ସୁସ୍ଥ ଥିବା ଛୋଟ ପିଲାର ମୃତ୍ୟୁ କାହିଁକି ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି l ଛାତ୍ର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ହଷ୍ଟେଲରେ ଛାତ୍ର ଛାତ୍ରୀ ମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ସହ ସେମାନେ ଯେପରି ସୁସ୍ଥ ରହିବେ ସେଥିପ୍ରତି ହଷ୍ଟେଲ କର୍ତ୍ତୃପକ୍ଷ ଯତ୍ନବାନ ହେବା ଜରୁରୀ l

Leave A Reply

Your email address will not be published.