xmas

ବାଇକ ଦୁର୍ଘଟଣାରେ ଯୁବକ ମୃତ

ଫୁଲବାଣୀ, ୧୫/୧୦: ବାଇକ ଦୂର୍ଘଟଣା ରେ ଜଣେ ଯୁବକର ମୃତ୍ୟୁ l ମୃତକଙ୍କ କୌଣସି ପରିଚୟ ମିଳିନି l ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଜିଗିନା ଗାଂ ନିକଟ ପୋଲ ନିକଟରେ ଯୁବକ ଜଣଙ୍କର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବା ଖବର ପାଇ ଟିମ ହ୍ୟୁମାନୀଟି ସଦସ୍ୟ ମାନେ ଉଦ୍ଧାର କରି ଆମ୍ବୁଲାନସରେ ଡାକ୍ତରଖାନାକୁ ନେଇଥିଲେ l ଯୁବକ ଜଣଙ୍କର ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଉଛି l ତେବେ ଯୁବକ ଜଣକ କେଉଁ ଅଞ୍ଚଳର ଜଣାପଡ଼ିନି l ପୋଲିସ ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.