କନ୍ଧମାଳ ଜିଲ୍ଲା ନୂତନ ପରିବହନ ଅଧିକାରୀ ଭାବେ ଶିଶିର କୁମାର ସାହୁଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ, ୧୪/୧୦: କନ୍ଧମାଳ ଜିଲ୍ଲା ନୂତନ ପରିବହନ ଅଧିକାରୀ ଭାବେ ଶିଶିର କୁମାର ସାହୁ ଶୁକ୍ରବାର ଦାଇତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ଶ୍ରୀ ସାହୁ କଟକ ପରିବହନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ l ଏଥରପୂର୍ଵରୁ ଥିବା ପରିବହନ ଅଧିକାରୀ ଗତି କୃଷ୍ଣ ସାମନ୍ତରାୟଙ୍କୁ ଭବାନୀପାଟଣା ପରିବହନ ଅଧିକାରୀ ରୂପେ ବଦଳି ହୋଇଛି l ଶ୍ରୀ ସାମନ୍ତ ରାୟ କନ୍ଧମାଳ ଜିଲ୍ଲାରେ ଏମଭି ଆଇ ଓ ଆର ଟି ଓ ଦାୟିତ୍ୱରେ ରହି ନିଷ୍ଠା ଓଆନ୍ତରିକତାର ସହ କାର୍ଯ୍ୟ କରି ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଠାରୁ ବହୁବାର ପ୍ରଶଂସା ସାଉଁଟିଥିଲେ l ଜିଲାରେ ଗମନାଗମନ କ୍ଷେତ୍ରରେ ସୁଧାର ଆଣିବା ଦିଗରେ ସାମନ୍ତରାୟଙ୍କ ଭୂମିକା ବେଶ ଗୁରୁତ୍ୱପୁର୍ଣ ଥିଲା l ଶୁକ୍ରବାର ବିଦାୟ କାଳୀନ ଅବସରରେ ଆରଟିଓ ଗତିକୃଷ୍ଣ ସାମନ୍ତରାୟଙ୍କୁ ବେସରକାରୀ ବସ ମାଲିକ, ଟ୍ରକ ମାଲିକ, ସଙ୍ଘ କର୍ମକର୍ତା ମାନେ ସମ୍ବର୍ଧନା ଜଣାଇବାସହ ନୂତନ ଆରଟିଓ ଶିଶିର କୁମାର ସାହୁଙ୍କୁ ସ୍ଵାଗତ ମଧ୍ୟ କରିଥିଲେ l ଶ୍ରୀ ସାହୁ ଜିଲ୍ଲାରେ ବସ ଚଳାଚଳ ଓ ଗମନାଗମନର ସୁବ୍ୟବସ୍ଥା ପାଇଁ ବସ ମାଲିକ ସଙ୍ଘର ଆନ୍ତରିକ ସହଯୋଗ କାମନା କରିଥିଲେ l

Leave A Reply

Your email address will not be published.