ବିଜେଡ଼ିରେ ଯୋଗ ଦେଲେ କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର, ୦୨/୦୫/୨୦୨୪: କଟକ ସଦର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ବେହେରା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ବେହେରା ଓ ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସତ୍ୟ ଜେନା, ପୂର୍ବତନ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଅନ୍ନପୂର୍ଣ୍ଣା ସାହୁ, ଅକ୍ଷୟ କୁମାର ପରିଜା, ପ୍ରଦୀପ୍ତି ପାତ୍ର, ସଂଗ୍ରାମ ସିଂହ, ଆଲୋକ କୁମାର ବେହେରା, ବିଜୟକେତନ ବିଶୋୟୀ, ଗୋବର୍ଦ୍ଧନ ଖୁଣ୍ଟିଆ, ପ୍ରମୋଦ କୁମାର ସାହୁ, ନିର୍ମଳ ପଢ଼ିହାରୀ, କଳ୍ପନା ମହାନ୍ତି, କୈଳାସ ଚନ୍ଦ୍ର ବେହେରା, ବିଷ୍ଣୁ ଚନ୍ଦ୍ର ବେହେରା, କ୍ଷୀରୋଦ ବେହେରା, ଶିବରଞ୍ଜନ ନାୟକ, ମାନସ ରଞ୍ଜନ ମହାପାତ୍ର, କମଳାକାନ୍ତ ବେହେରା, ଡମ୍ବରୁଧର ମଣ୍ଡଳ, ସୁକାନ୍ତ ମହାପାତ୍ର, ଅଜିତ କୁମାର ଦାସ, ଚିତ୍ତରଞ୍ଜନ ବେହେରା, ଉତ୍ତମ କୁମାର ସାହୁ, ସରୋଜ ଖୁଣ୍ଟିଆ, ମୋନିଜା ବେଗମ, ଜାନକୀ ବଲ୍ଲଭ ମହାନ୍ତି, ଦୀପକ ସ୍ୱାଇଁ, ସଞ୍ଜୟ ବେହେରା, ରୁଦ୍ର ପ୍ରସନ୍ନ ଦାସ, ରଞ୍ଜିତ ସାହୁ, ଅବିନାଶ ମହାନ୍ତି, ଜଗନ୍ନାଥ ସ୍ୱାଇଁ, ମକର ବେହେରା, ସରୋଜକାନ୍ତ ଦାସ, ସଞ୍ଜୟ ମହାରଣା, ବିବେକାନନ୍ଦ ସାହୁ, ବାପୀ ଖଟୁଆ, ପ୍ରତାପ କୁମାର ସାହୁ, ରାଜେଶ କୁମାର ମହାନ୍ତି, ରାକେଶ ସାହୁ, ଲକ୍ଷ୍ମୀକାନ୍ତ ଚୌଧୁରୀ, ଜ୍ଞାନରଞ୍ଜନ ସ୍ୱାଇଁ, ପ୍ରଭାତ ବେହେରାଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.