xmas

ତହସିଲଦାର ଓ ବିଡ଼ିଓଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଦାରଖ

ଫୁଲବାଣୀ, ୧୫ /୧୦: ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? କେମିତି ରହିଛି ସେଠାକାର ପରିବେଶ l ଆଉ ରୋଗୀ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ? ତାହା ଜାଣିବା ପାଈଁ ଜିଲାପାଳ ଆଶିଷ ଈଶ୍ୱର ପଟେଲ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ବିଭିନ୍ନ ସମୟରେ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେବା ପରେ୩ ଜଣିଆ ପ୍ରଶାସନିକ ଟିମ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରୁଛନ୍ତି l

ଗତକାଲି ଖଜୁରୀପଡ଼ା ତହସିଲଦାର ଶ୍ରୀମତି ସ୍ଵପ୍ନିତା ନାୟକ, ବିଡିଓ ଅନୁପମା ଘୋଷ ଓ ଖଜୁରୀପଡ଼ା ଆଇଆଇସି ଶ୍ରୀମତି ଗେଲୀ କୁମାରୀ ସାହୁ ପ୍ରମୁଖ ମିଶି ଖଜୁରୀପଡ଼ାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଦାରଖ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହ ମାଗଣା ଔଷଧ ପତ୍ର ମିଳୁଛି କି ନାହିଁ। ଡାକ୍ତରମାନେ ଠିକ ସମୟରେ ଡାକ୍ତରଖାନାରେ ଉପସ୍ଥିତ ରହୁଛନ୍ତି ନା ନାହିଁ। ରୋଗୀଙ୍କୁ ଭଲ ବ୍ୟବହାର କରୁଛନ୍ତି ନା ନାହିଁ। ମେଡିକାଲରେ ଟଏଲେଟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଆଦି ସଂପର୍କରେ ପଚାରି ବୁଝିଥିଲେ। ଏଥି ସହ କୌଣସି ପରିସ୍ଥିତିରେ ଯେପରି ରୋଗୀ ମାନଙ୍କ ଚିକିତ୍ସାରେ ଅବହେଳା ପ୍ରଦର୍ଶନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମେଡିକାଲ ଅଫିସରଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରଶାସନିକ ଅଧିକାରୀମାନେ ମେଡିକାଲ ପରିଦର୍ଶନ କରିଥିଲେ । ତେବେ ପରିଦର୍ଶନ ସମୟରେ କିଛି ଡ଼ାକ୍ତର ଓ କର୍ମଚାରୀ ଅନୁପସ୍ଥିତ ଥିବା ଶୁଣିବାକୁ ମିଳିଥିଲା ଅଧିକାରୀମାନଙ୍କ ରିତିମତ ପରିଦର୍ଶନ ଫଳରେ ରୋଗୀ ମାନେ ନିଶ୍ଚିତ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବେ ବୋଲି ଆଶା କରାଯାଉଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଏହି ଉନ୍ନତ ଚିନ୍ତାଧାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବ ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.