ଚିତ୍ରକୋଣ୍ଡା:(୧୫/୧୦)-ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ହାତ ଗଣତି ଦୁଇ ତିନି ଗୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂର ଦୁରାନ୍ତ ପାଣି ଘେରା, ପାହାଡ଼ ପର୍ବତ ଭିତରେ ଦୁର୍ଗମ, ଉପାନ୍ତ ଇଲାକାରେ ରହିଛି l ଏକ ଘଡିସନ୍ଧି ମୁହୂର୍ତ୍ତରେ ବର୍ତ୍ତମାନର କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡାରୀ କର୍ମକ୍ଷେତ୍ରରେ ଯୋଗ ଦେବାର ମାତ୍ର ଚାରି ମାସ ମଧ୍ୟରେ ପ୍ରାୟତଃ ୧୮ ଗୋଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରି ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛନ୍ତି । ନିକଟ ଅତୀତରେ ଅର୍ଥାତ୍ ଗତକାଲି ପାପୁଲୁରୁ ପଞ୍ଚାୟତ ଅନ୍ତର୍ଗତ ବୁରୁଡ଼ାମ୍ମା ମଦି,ନାଗଲୁରୁ କଟାଗୁଡା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗ୍ରସ୍ତ କରି ଲୋକଙ୍କ ଆବଶ୍ୟକତା ଯଥା ପାନୀୟ ଜଳ, ଅଙ୍ଗନୱାଡ଼ି, ବିଦ୍ୟୁତ୍ ସରୋବରାହ, ଭତ୍ତା ଭଳି ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ସବୁଠାରୁ ରୋଚକ କଥା ହେଲା ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ୧୭ କି.ମି. ରାସ୍ତା ଚାଲି ଚାଲି ଯିବା ନିଶ୍ଚିତଭାବେ ସାଧାରଣରେ ଚର୍ଚ୍ଚାର ପରିସରକୁ ଆସିଛି । ଉକ୍ତ ଗସ୍ତରେ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ସୂର୍ଯ୍ୟ ପ୍ରକାଶ ବେହେରା,ବ୍ଲକ୍ ଉପାଧ୍ୟକ୍ଷ ପଦ୍ମନାଭ ଦାନୀଙ୍କ ସହ ଗ୍ରାମ ରୋଜଗାର ସେବକ ଭକ୍ତରାମ ମାଣ୍ଡି ମଧ୍ୟ ବିଡ଼ିଓଙ୍କୁ ସହାୟତା କରିଥିଲେ । ତେବେ ବୁଦ୍ଧିଜୀବୀ ମହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରାଯାଇଛି l
