xmas

କ. ନୂଆଗାଁରେ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା

ଫୁଲବାଣୀ, ୧୬/୧୦: କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟ ନାୟକ ରଵିବାର କ ନୂଆଗାଁ ଗସ୍ତ କରିଥିଲେ l କ. ନୂଆଗାଁ ବ୍ଲକ ବିଜେଡ଼ି ପକ୍ଷରୁ ପର୍ଯ୍ୟବେକ୍ଷକ ନାୟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ମିଶି ସ୍ଵାଗତ ଜଣାଇଥିଲେ l ବିଜେଡି ଦଳ ଆଗକୁ ଆହୁରି ଯେପରି ସୁଦୃଢ଼ ହେବା ସହ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇପାରିବ ସେଥି ପ୍ରତି ସମସ୍ତ କର୍ମୀ ଏକଜୁଟ ହୋଇ ନିଷ୍ଠା ଓ ଆନ୍ତରିକତାର ସହ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ, ସରପଞ୍ଚ, ଛାତ୍ର ଓ ଯୁବ ବିଜେଡି ନେତାମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.