xmas

ପଦ୍ମପୁର ସହରର ସର୍ବ ପୁରାତନ ବ୍ୟବସାୟୀଙ୍କ ପରଲୋକ

ବରଗଡ – ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପ୍ରତିଷ୍ଠିତ ତେଜରାଜି ବ୍ୟବସାୟୀ ସତ୍ୟନାରାୟଣ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି।ତାଙ୍କର ମୃତ୍ୟୁ ଖବର ପାଇ ଶତାଧିକ ଅଞ୍ଚଳବାସୀ ବାସଭବନକୁ ଆସି ଶେଷ ଦର୍ଶନ କରିଥିଲେ।ବାଲ୍ୟକାଳରୁ ସେ ଜଣେ କର୍ମଠ, କଷ୍ଟସହିଷ୍ଣୁ, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ। ଶଗଡଗାଡି ସମୟରୁ ଲୁଗା ବ୍ୟବସାୟ ଆରମ୍ଭ କରିବା ସହ ବହୁ ପରିଶ୍ରମ କରି ବିଭିନ୍ନ ଗ୍ରାମରେ ବ୍ୟବସାୟ କରି ଜନପ୍ରିୟ ହୋଇଥିଲେ।୧୯୯୧ ପରେ ସେ ସହରରେ ଏକ ସ୍ଥାୟୀ ତେଜରାଜ ଦୋକାନ କରି ପ୍ରତିଷ୍ଠା ଲାଭ କରିଥିଲେ।ମୃତ୍ୟୁ ପରେ ସ୍ତ୍ରୀ ରାମଦୁଲାରୀ, ପୁଅ ପବନ, ବୈଜୁ, ପୁରୁଷୋତ୍ତମ, ଝିଅ, ଜ୍ବାଇଁ, ନାତିନାତୁଣୀ ଓ ସମ୍ପର୍କୀୟ ଛାଡି ଚାଲିଯାଇଛନ୍ତି। ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡପୁଅ ପବନ ମୁଖାଗ୍ନି ଦେଇଥିଲେ। ଆସନ୍ତା ୨୬ ତାରିଖ ତାଙ୍କ ବଡପଡା ପୁରୁଣା ବାସଭବନରେ ସମସ୍ତ ଉପଚାରିକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାର ପରିବାରରେ ସ୍ଥିରିକୃତ ହୋଇଛି।

Leave A Reply

Your email address will not be published.