କୁହୁଡ଼ି ହେଲା କାଳ: ଟିକାବାଲିରେ ଦୁଇ ବାଇକ୍ ଦୁର୍ଘଟଣା, ଦୁଇ ଗୁରୁତର

ଫୁଲବାଣୀ, ୧୯/୧୦: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ବୁଧବାର ଭୋରରେ ଦୁଇଜଣ ମଟର ସାଇକେଲ ଆରୋହୀ ବାଡେ଼ଇ ହୋଇଯିବା ଫଳରେ ଗୁରୁତର ଆହତ ହୋଇଛନ୍ତି l ସୂଚନା ପ୍ରକାଶେ ଆହତ ଦୁଇଜଣ ହେଲେ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡl ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି l କୌଣସି କାମରେ ଭୋର ସକାଳୁ ଶଙ୍କରାଖୋଲ ଠାରୁ ଟିକାବାଲି ଅଭିମୁଖେ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ନଦିଶିବା ଫଳରେ କୋଚିଲାଗଡ଼ରେ ରଖା ଯାଇଥିବା ଚେକ ପୋଷ୍ଟରେ ବାଇକ ବାଡେଇ ହୋଇ ଯାଇଥିଲା l ଫଳରେ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖି ଥିଲେ l ଆହତ ମାନଙ୍କୁ ଡାକ୍ତରଖାନା ନେବାକୁ ପ୍ରଥମେ `୧୦୮କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ନମ୍ବର ନ ଲାଗିବାରୁ ଟିମ ହ୍ୟୁମାନିଟିର ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ l ଭୋରରୁ ଲୋକନାଥ ରାଜୁଙ୍କ ଯୋଗାଯୋଗରେ ଟିମ ହ୍ୟୁମାନଟି ସଦସ୍ୟ ପହଞ୍ଚି ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଇଥିଲେ । ଡକ୍ଟର ପ୍ରାଥମିକ ଚିକିତ୍ସା ପରେ ମାନସର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମାନସକୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.