xmas

ବ୍ରାହ୍ମଣୀ ଗାଁ ପୋଇଗୁଡ଼ା ରାସ୍ତା ଅବସ୍ଥା ଶୋଚନୀୟ, ନିମ୍ନମାନର କାର୍ଯ୍ୟ ଅଭିଯୋଗ

ଫୁଲବାଣୀ, ୧୯/୧୦: ଗମନାଗମନର ସୁବିଧା ପାଇଁ ସରକାର ପିଚୁ ରାସ୍ତା ନିର୍ମାଣ କଲେ l ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଵି କଲେ l ହେଲେ ନିର୍ମାଣ କରିବାର ବର୍ଷ କେଇଟା ବି ନପୂରୁଣୁ ରାସ୍ତା ଅବସ୍ଥା ଶୋଚନିୟ ହୋଇପଡିଲାଣି l ଯିବା ଆସିବା ମୁସ୍କିଲ ହୋଇପଡୁଛି l ରାସ୍ତା ମଝିରେ ପିଚୁ ଓ ଗୁଡ଼ି ଉଠି ଖାଲ ଖମାରେ ଭର୍ତ୍ତିl ଫଳରେ ବର୍ଷା ଟିକିଏ ହେଲେ ପାଣି ଜମୁଛି l ଏଭଳି ଅବସ୍ଥା ସୃଷ୍ଟିହୋଇଛି l ବ୍ରାହ୍ମଣୀଗାଁ -ଗଦାପୁର ରାସ୍ତାର ପୋଇ ଗୁଡାଠାରେ l ଗତ ଚାରିବର୍ଷ ତଳେ ୨ 0୧ ୮ ରେ ରାସ୍ତା ତିଆରି ହୋଇଥିଲା l ତେବେ ଠିକାଦାର ଓ ଯନ୍ତ୍ରୀ ମିଶି ମିଶି ନିମ୍ନମାନର କାମ କରି ସିଂହ ଭାଗ ଅର୍ଥ ଚଳୁ କରିଦେବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି l ରାସ୍ତା ମରାମତି କରିବା ଲାଗି ଗ୍ରାମବାସୀ ଯେତେ ଅଭିଯୋଗ କଲେ ଵି ଯନ୍ତ୍ରୀ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.