xmas

ଆସନ୍ତାକାଲିଠାରୁ ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨

ଫୁଲବାଣୀ-୨୦/୧୦: ଆସନ୍ତାକାଲିଠାରୁ ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶଗ୍ରହଣ କରିବେ । ଆସନ୍ତାକାଲି ଦିନ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଆସନ୍ତାକାଲି ୨୧ ତାରିଖ ଦିନ ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଓ ବ୍ଲକ୍ଯ।ପସ ଓ ଗ୍ରାଉଣ୍ଡ ୨ରେ ଜୁନିୟର ୧୧ ଓଜି.ଉଦୟଗିରି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।ରିଜର୍ଭ ଇନସ୍ପେକ୍ଟର ଧ6ର୍ମନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ଆଗ୍ରହ ଓ ଉଦ୍ୟମରେ ଏହି ମ୍ୟାଚ ଆୟୋଜନ କରାଯାଇଛି । ଏଥିରେ ପୋଲିସ ସଂଘର ସକ୍ରୀୟ ସହଯୋଗ ରହିଛି । ଚମ୍ପିୟନ ଦଳ ଓ ରନର୍ସ ଦଳକୁ ଆର୍ଥୀକ ପୁରସ୍କାର ସହ ଟ୍ରଫି ରହିଛି । ଫାଷ୍ଟ ସେମିଫାଇନାଲ ୨୭ରେ ହେବାକୁଥିବା ବେଳେ ସେକେଣ୍ଡ ସେମିଫାଇନାଲ ମ୍ୟାଚ ୨୮ରେ ଓ ଫାଇନାଲ ୩୦ ତାରିଖ ଦିନ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ପୋଲିସ କ୍ରିକେଟ ଟିମ, ପ୍ରେସ ୧୧.ଏସ ଓ ଜି. ଫିରିଙ୍ଗିଆ, ଜି.ଉଦୟଗିରି, ରାଇକିଆ, ସାରଙ୍ଗ ଡ. ତୁମୁଡିବନ୍ଧ, ଆର. ନୂଆଗାଁ, ଜୁନିୟର ୧୧, ବ୍ଲକ୍ୟାପ୍ସ ବିଶିପଡ଼ା, ମନିଫାଇଟର, ଗୋଛା ପଡା, ଡିଏଏ ଫୁଲବାଣୀ, ଏସ.ଡିଏଏ ବାଲିଗୁଡ଼ା ଆଦି ଅଂଶଗ୍ରହଣ କରିବେ। ଖେଳ ଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ସେଥିପ୍ରତି ଆୟୋଜକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା କହିଛନ୍ତି ।

Leave A Reply

Your email address will not be published.