ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପାଙ୍ଗମ ଗ୍ରାମର ହାତୀରମ ଗୁରୁ ବିଦ୍ୟା ମନ୍ଦିର ଠାରେ ପ୍ରହଲ୍ଲାଦ ଦୋରା ରତ୍ନ ମେମୋରିଆଲ ଟ୍ରଷ୍ଟ ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପଛୁଆ ବର୍ଗ ସଂଖ୍ୟା ଲଘୁ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାର୍କା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ସ୍ବର୍ଗତ ପ୍ରହଲ୍ଲାଦ ଦୋରା ଓ ପତ୍ନୀ ରତ୍ନମାଳାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ,ମାଲକାନଗିରି ବରିଷ୍ଠ ନେତା ଗଙ୍ଗାଧର ମୁଦୁଲି ,ପୂର୍ବତନ ଉପ ଜିଲ୍ଲାପାଳ ରାତିକୃଷ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ, ପୂର୍ବତନ ବିଧାୟକ ଡମ୍ବରୁ ସୀସା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ପୂର୍ବତନ ପୋୖର ଅଧ୍ୟକ୍ଷା ରାଜବନ୍ତ କୌର ,ବରିଷ୍ଠ ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ବିଜେଡି ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା ,ବରିଷ୍ଠ ନେତା ହଳଧର ପୂଜାରୀ, ବରିଷ୍ଠ ନେତା ଶରତ ବୁରୁଦା ପ୍ରମୁଖଙ୍କ ବହୁ ବିଶିଷ୍ଟ ବୁଦ୍ଧିଜୀବି ଓ ସମସ୍ତ ଆଇନଜୀବୀ ଯୋଗ ଦେଇ ବିଶେଷ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ସଭା ପରିଚାଳନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଏମ୍ ଡି ଆକବର ।
Sign in
Sign in
Recover your password.
A password will be e-mailed to you.
Prev Post