xmas

ମାଲକାନଗିରି ଜିଲ୍ଲାର ଗୋଟିଏ ସ୍କୁଲ ଅପଗ୍ରେଡେସନ ଲିଷ୍ଟରେ

ସେରପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ହୋଇ ଯୁକ୍ତ ୨ ଖୋଲିଲା
ମାଲକାନଗିରି,୨୦/୧୦: ରାଜ୍ୟ ସରକାରଙ୍କର ଅପଗ୍ରେଡେସନ ଲିଷ୍ଟରମାନେ ମାଲକାନଗିରି ଜିଲ୍ଲାର ମାତ୍ର ଗୋଟିଏ ସ୍କୁଲ ହିଁ ଅପଗ୍ରେଡ ହୋଇଛି। ମାଲକାନଗିରି ବ୍ଲକର ସେରପାଲ୍ଲୀ ଏସ.ଏଲ ଉଚ୍ଚ ବିଦ୍ୟାଳୟ ଏହି ଗ୍ରେଡ ଲିଷ୍ଟରେ ରହିଛି। ସରକାରଙ୍କର ଏହି ଘୋଷଣାରେ ପରେ ଏହି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିଲେ ମଧ୍ୟ ଆବଶ୍ୟକୀୟ ଭିତ୍ତିଭୂମୀ ନଥିବାରୁ କିପରି ଯୁକ୍ତ ଦୁଇର ଛାତ୍ରଛାତ୍ରୀ ପାଠ ପଢିବେ ଏବଂ ଉଚ୍ଚ ଶିକ୍ଷା ଲାଭ କରିବେ ତାକୁ ନେଇ ବଡ ପ୍ରଶ୍ନ ଉଠିଛି। ମାଲକାନଗିରି ଜିଲ୍ଲାର ସେରପାଲ୍ଲୀ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ଦୁଇ କଳା ସାମିଲ ହେବା ପରେ କିଭଳି ରହିଛି ବାସ୍ତବ ସ୍ଥିତି ତାହା ପରଖିବାକୁ ଆମେ ଯାଇଥିଲୁ ସେରପାଲ୍ଲୀ ଉଚ୍ଚ ବିଦ୍ୟାଳୟକୁ । ବିଦ୍ୟାଳୟଟି ୫ଟିରେ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ ଶ୍ରେଣୀ ଗୃହ କିମ୍ବା ହୋଷ୍ଟେଲ ସୁବିଧା ନାହିଁ। ସ୍କୁଲର ଆନୁସାଂଗିକ ଖେଳ ପଡିଆ, ଲାଇବ୍ରେରୀ ମଧ୍ୟ ନାହିଁ। ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ମଧ୍ୟ ନାହାନ୍ତି। ଏହାରି ଭିତରେ ଚଳିତ ବର୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଯଦି ନାମ ଲେଖାଯାଏ ତେବେ କିଭଳି ପାଠ ପଢିବେ ସେନେଇ ଚିନ୍ତାରେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଅନ୍ୟପଟେ ଏହି ଅଞ୍ଚଳରେ କଲେଜ ନଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ୧୬ ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଛନ୍ତି। କାରଣ ଦଶମ ପାସ ହେବା ପରେ ମଧ୍ୟ ସେମାନଙ୍କ ସାର୍ଟିଫିକେଟ ସ୍କୁଲରୁ ନେଇ ନାହାନ୍ତି କିମ୍ବା ଉଚ୍ଚ ଶିକ୍ଷା ପାଇ ପାରି ନାହାନ୍ତି ତେଣୁ ସେରପାଲ୍ଲୀ ସ୍କୁଲଟି ପଦୋନ୍ନତି ପାଇଲେ ଡ୍ରପଆଉଟ ସଂଖ୍ୟା କମିବା ସହ ସ୍ଥାନୀୟ ଯୁବକ ଯୁବତୀ ଉଚ୍ଚ ଶିକ୍ଷା ପାଇପାରିବେ ବୋଲି କୁହାଯାଇଛି। କାରଣ ଏଠାରେ ବହୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ଦଶମ ପାସ ପରେ ମଧ୍ୟ ବାପା ମାଆ ଦୁରରେ ଉଚ୍ଚ ଶିକ୍ଷା ଦେବା ପାଇଁ ସକ୍ଷମ ନୁହନ୍ତି। ସ୍ଥାନୀୟ ଲୋକଙ୍କର ଖୁସି ଯେତିକି ଦୁଃଖ ବି ସେତିକି। ପିଲା ପାଠ ପଢିବେ ସତ କିନ୍ତୁ ଏହି ବିଦ୍ୟାଳୟରେ ସେଭଳି କୌଣସି ସୁବିଧା ନଥିବାରୁ ତୁରନ୍ତ ସମସ୍ତ ସୁବିଧା କରିବାକୁ ଦାବି କରାଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ପ୍ରଥମେ ମାଲକାନଗିରି ଜିଲ୍ଲାର ୫ଟି ସ୍କୁଲକୁ ଅପଗ୍ରେଡରେ ସାମିଲ କରିଥିଲେ। କିନ୍ତୁ ଏବେ ମାତ୍ର ଗୋଟିଏ ଉଚ୍ଚ ବିଦ୍ୟାଳୟକୁ ହିଁ ସାମିଲ କରାଯାଇଛି। ଯାହାକୁ ନେଇ ମଧ୍ୟ ଦୁର୍ଗମ ଅଞ୍ଚଳର ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଜିଲ୍ଲାର ଦୁର୍ଗମ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକକୁ ମଧ୍ୟ ପଦନ୍ନୋତି କରାଯାଇ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାଯାଉ ବୋଲି ଦାବି ହୋଇଛି।

Leave A Reply

Your email address will not be published.