xmas

ବିଭିନ୍ନ ହୋଟେଲ ଉପରେ ଚଢ଼ାଉ; ସ୍ୱଚ୍ଛତା ନେଇ ତାଗିଦ

ମାଲକାନଗିରି: ମାଲକାନଗିରି ପୌର ପରିଷଦ ତରଫରୁ ନିର୍ବାହି ଅଧିକାରୀ କାହୁଁ ଚରଣ ପଟ୍ଟନାୟକ, ଖାଦ୍ୟ ନୀରିକ୍ଷକ ଅଧିକାରୀ ପ୍ରଭାସ କୁମାର ସେଠୀ, ପୌର ପରିମଳ ଅଧିକାରୀ ଲିଙ୍ଗରାଜ ପାଳ ମିଳିତ ବିଭାଗ ପକ୍ଷରୁ ସଦର ମହକୁମାରେ ରାସ୍ତା କଡରେ ଲଗାଇଥିବା ଠେଲା ଏବଂ ହୋଟେଲ ଗୁଡିକରେ ଚଢ଼ାଉ କରିଥିଲେ। ପ୍ରାୟ ସମସ୍ତେ ନିଜ ନିଜ ଦୋକାନକୁ ସଫାସୁତୁରା ରଖିନଥିବା ବେଳେ ଖାଦ୍ୟର ମାନ ମଧ୍ୟ ଠିକ ନଥବା ଅଧିକାରୀମାନେ ଦେଖିବାକୁ ପାଇଥିଲେ।ତେବେ ବାରମ୍ବାର କୁହାଯାଉଥିବା ବେଳେ ଦୋକାନୀମାନେ ସ୍ୱଚ୍ଛତା ଉପରେ ଧ୍ୟାନ ଦେଉଥିବାରୁ ସେମାନଙ୍କୁ ଜୋରିମାନା ପକାଯାଇଛି। ଆଗକୁ ଏଭଳି ପୁଣି ଅବ୍ୟବସ୍ଥା ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରକାଶ ଥାଉକି ମାଲକାନଗିରି ସଦର ମହକୁମାରେ ରାସ୍ତା କଡରେ ଶତାଧିକ ଠେଲା ଖୋଲିଛି। ସମସ୍ତେ ପୌର ପରିଷଦର କୌଣସି ନିୟମ ମାନୁନଥିବା ଦେଖିବାକୁ ମିଳିଛି। ପୁଣି ଯେଉଁ ଖାଦ୍ୟ ଲୋକଙ୍କୁ ଦିଆଯାଉଛି ତାହାର ମାନ ଯାଞ୍ଚ କରିଥିଲେ । ତେଣୁ ପ୍ରଶାସନ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଆଗକୁ ସ୍ୱଚ୍ଛତା ସହ ଲୋକେ ଭଲ ଖାଦ୍ୟ ପାଇପାରିବେ ବୋଲି କୁହାଯାଇଛି।ପୁଣି ବିନା ଲାଇସେନ୍ସରେ ଦୋକାନ ଖୋଲି ବେପାର କରୁଥିବା ଦେଖିବାକୁ ମିଳିଛି। ତେଣୁ ବିଭାଗ ପକ୍ଷରୁ ସମସ୍ତଙ୍କୁ ତାଗିଦ୍ କରାଯାଇଛି ।

Leave A Reply

Your email address will not be published.