xmas

ଦାରିଙ୍ଗବାଡି ମେଡିକାଲ ପରିସରରେ ମା ଗୃହନିର୍ମାଣ କାର୍ଯ୍ୟରେ ଦୁର୍ନିତି ଓ ଅନିୟମିତତା ଅଭିଯୋଗ

ଫୁଲବାଣୀ-୨୦/୧୦ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାୟ ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ମା ଘର କାମରେ ଅନିୟମିତତା ଓ ଦୁର୍ନିତି ଅଭିଯୋଗ ହେଉଛି । ବାଲିଗୁଡା ପୁର୍ତ୍ତ ବିଭାଗ ଦ୍ଵାରା କରାଯାଉଥିବା ନିର୍ମାଣ କାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ କରାଯାଉ ନ ଥିବା ଅଭିଯୋଗ ହେଉଛି । ନିମ୍ନମାନର ସିମେଣ୍ଟରେ ବାଲି ପରିମାଣ ଅଧିକା ମିଶାଇ ବ୍ୟବହାର କରାଯାଉଥିବା ବେଳେ ଟାଇଲ ଓ ଅନ୍ୟାନ୍ୟ ଫିଟିଙ୍ଗସ ମଧ୍ୟ ନିମ୍ନମାନର ବ୍ୟବହାର କରାଯାଉଥିବା ଦେଖାଯାଉଛି । ଟେଣ୍ଡର ପାଇଥିବା ଠିକାଦାର ନିଜେ ନ କରି ଅନ୍ୟକୁ କାମ କରିବାପାଇଁ ଦାୟିତ୍ୱ ଦେବା ଫଳରେ କାମର ମାନ କମିଯାଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି କାମ ନ ସରୁଣୁ କେତେକ ସ୍ଥାନରେ ଫାଟ ଦେଖା ଦେଲାଣି କୁଆଡେ । ସେହିପରି ପ୍ରକଳ୍ପ ସଂପର୍କିତ ସମସ୍ତ ତଥ୍ୟ ରହି ସମସ୍ତଙ୍କ ଅବଗତ ନିମନ୍ତେ ଡିସପ୍ଳେ ବୋର୍ଡ ମାରିବା ନିୟମ ଥିଲେ ମଧ୍ୟ କାର୍ଯ୍ୟ ଶେଷ ପର୍ଯ୍ୟ।ୟରେ ପହଞ୍ଚିଥିଲେ ମଧ୍ୟ ସୂଚନା ବୋର୍ଡ ଲଗାଯାଇନାହିଁ। ଏପଟେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରୀକା ଯୋଗୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଏନେଇ ଅଭିଯୋଗ କଲେ ବି ଶୁଣୁଛି ବା କିଏ? ସେହିପରି ଠିକାଦାର କହୁଛନ୍ତି ନିର୍ଦ୍ଧାରୀତ ମୂଲ୍ୟ ଠାରୁ ୧୦ପ୍ରତିଶତ କମରେ ଠିକା ନେଇଛି ଆଉ ସମସ୍ତଙ୍କୁ କମିଶନ ଦେବାକୁ ପଡିବ ଏପରି ସ୍ଥଳେ କାର୍ଯ୍ୟ କିପରି ହେବ ବୋଲି ଠିକାଦାରଙ୍କ କାମ ବୁଝୁଥିବା ଅନ୍ୟ ଏକ ଠିକାଦାର ପ୍ରଶ କରିଛନ୍ତି। ତେବେ ଦାୟିତ୍ଵରେ ଥିବା ଯନ୍ତ୍ରୀ କାମ ଠିକ ଚାଲିଛି ବୋଲି କହିବା ସହ ଦୁର୍ନିତି ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହୁଛନ୍ତି । ବାଲିଗୁଡ଼ା ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହି ପ୍ରତି ଦୃଷ୍ଟି ଦେବା ସହ ଯେପରି କାର୍ଯ୍ୟର ଉନ୍ନତମାନର ହେବ ଧ୍ୟାନ ଦେବା ଜରୁରୀ।

Leave A Reply

Your email address will not be published.