xmas

କମଗାଁ ମହାବିଦ୍ୟାଳୟରେ ୫-ଇ ଲେସନ ପ୍ଲାନ କର୍ମଶାଳା

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମଗାଁ ମହାବିଦ୍ୟାଳୟ ଠାରେ ଗୁଣାତ୍ମକ ଶିକ୍ଷା ଓ ଶୈକ୍ଷିକ ମାନ ବୃଦ୍ଧି ସହିତ ଉନ୍ନତମାନର ଶିକ୍ଷାପ୍ରାଣାଳୀ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୫-ଇ କର୍ମଶାଳାକୁ ଡ଼ଃ କାମଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରି ନିୟୋଜନ ଅନ୍ବେଷଣ ବ୍ୟାଖ୍ୟାନ ବିସ୍ତାରଣ ଓ ମୂଲ୍ୟାୟନର ସଫଳ ରୂପାୟନ ପାଇଁ ଆହ୍ବାନ ଦେଇଥିଲେ। ଅଧ୍ୟାପକ ଡ଼ଃ ରମେଶ ସୁପକାର ,ସୁରେଶ ବାରିକ କର୍ମଶାଳାର ବିସ୍ତୃତ ଉଦ୍ୟେସ୍ୟ ଜ୍ଞାପନ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିଦ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପ୍ରଧାନ ଡ଼ଃ ଉମେଶ ପ୍ରସାଦ ଖାଡଙ୍ଗା, ଡ଼ଃ ପାଣ୍ଡବ ବେହେରା, ଡ଼ଃ ବବିତା ସାହୁ ଶ୍ରୀମତୀ ସୁସ୍ମିତା ସାହୁ ପ୍ରମୁଖ ସାଧନ କର୍ମୀ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷାଦାନ ପ୍ରଣାଳୀରେ ୫-ଇ ର ଭୂମିକା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷାବିତ ଯୋଗ ଦେଇଥିଲେ । ଜ୍ୟୋତିର୍ମୟୀ ପ୍ରଧାନ ଅନୁପମା ପଣ୍ଡା ପାର୍ବତୀ ଭୋଇ ପ୍ରମୁଖ ଉପସ୍ଥିତ ରହି ମହାବିଦ୍ୟାଳୟ ତରଫରୁ ବିଶିଷ୍ଟ ଶିକ୍ଷାବିତ ତଥା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଧନ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ କର୍ମଶାଳାର ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ଏକାଡେମୀକ ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିଦ ଡ଼ଃ କାମଦେବ ସାହୁ ଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ସମ୍ବରଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ରବିନାରାୟଣ ସାହୁ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଡ଼ଃ ଦୀପିକା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.