xmas

କ. ନୂଆଗାଁରେ ବିଜୁବାବୁଙ୍କ ପ୍ରତିମୁର୍ତି ସ୍ଥାପନ ପାଇଁ ଭୂମି ପୂଜା

ଫୁଲବାଣୀ, ୨୦/୧୦: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକରେ ପ୍ରବାଦ ପୁରୁଷ, ମହାନ ଜନ ନାୟକ ବିଜୁବାବୁଙ୍କ ପ୍ରତିମୁର୍ତି ସ୍ଥାପନ କରାଯିବ ଏଥିପାଇଁ ରାଜସ୍ବ ବଙ୍ଗଳା ନିକଟରେ ଯାଗା ଚିହ୍ନଟ କରାଯାଇ ଆଜି ଭୂମି ପୂଜା କରାଯାଇଥିଲା ରାଜ୍ୟ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରି ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା କୃଷ୍ଣ ମୋହନ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା, ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଇଂ ସିଧେସ୍ୱର ପାଣିଗ୍ରାହୀ, ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ, ପୂର୍ବତନ ଉପାଧ୍ୟକ୍ଷ ରଘୁନାଥ ବିଶୋଇଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ l ପୁରୋହିତ ଶ୍ରୀଧର ତ୍ରିପାଠୀ ଦ୍ୱାରା ରୀତି ନୀତି ପ୍ରକାରେ ଭୂମି ପୂଜନ ହୋଇଥିଲା l ଏହି ବ୍ଲକରେ ଗୋଟିଏ ହେଲେ କୌଣସି ମହା ପୁରୁଷଙ୍କ ପ୍ରତିମୁର୍ତି ନଥିଲା, ତେବେ ବିଶିଷ୍ଟ ସମାଜସେବୀ, ବିଜେଡି ନେତା କୃଷ୍ଣ ମୋହନଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଓ ବିଜୁବାବୁଙ୍କ ପ୍ରତି ଭଲପାଇବା ଯୋଗୁଁ କିମ୍ବଦନ୍ତୀ ପୁରୁଷ ବିଜୁ ବାବୁଙ୍କ ପ୍ରତିମୁର୍ତି ସ୍ଥାପନ ନିମନ୍ତେ ଉଦ୍ୟମ କରିଥିଲେ l ଯଥା ସମ୍ଭବ କମ ଦିନ ମଧ୍ୟରେ ବିଜୁବାବୁଙ୍କ ପ୍ରତିମୂର୍ତି ସ୍ଥାପନ ହେବ ଓ ଜାକଜକମରେ ଉଦଘାଟନ ଉତ୍ସବ ଆୟୋଜନ କରାଯିବ ବୋଲି କୃଷ୍ଣ ମୋହନ କହିଛନ୍ତି l ସେହିପରି କୃଷ୍ଣ ମୋହନଙ୍କ ଉଦ୍ୟମରେ କ. ନୂଆଗାଁରେ ବିଶାଳ ଜଗନାଥ ମନ୍ଦିର ନିର୍ମାଣ କରାଯାଉଛି l କେବଳ ସେତିକି ନୁହେଁ ବ୍ଲକର ଉନ୍ନତି ଦିଗରେ ତାଙ୍କର ଦୀର୍ଘ ୩ ଦଶନ୍ଧି ଧରି ଉଦ୍ୟମ ଜାରି ରହିଛି ଫଳରେ ଅଞ୍ଚଳବାସୀଙ୍କ ପ୍ରିୟ ହୋଇପାରିଛନ୍ତି l

Leave A Reply

Your email address will not be published.