ଫୁଲବାଣୀ, ୨୦/୧୦:କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ଥମିବାର ନା ନେଉନି l ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହା ପୋଲିସ ଓ ଅବକା ରିବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଚଢ଼ଉ କରି ଗଞ୍ଜେଇ ଜବତ କରୁଛି l ଅଭିଯୁକ୍ତକୁ ଜେଲ ପଠାଉଛି ମଧ୍ୟ l ହେଲେ ଶତ ପ୍ରତିଶତ ରୋକିବା ସଂଭଵ ହେଉନି l ଫଳରେ ପୋଲିସ ଗଞ୍ଜେଇ ଚାଷ ଅଂଚଳରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି l ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ଆଗ୍ରହ ଓ ଉଦ୍ୟମ ରେକାଲି କେଲପଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲl ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନ ସଭାରେ ଫୁଲବାଣୀ ଏସଡ଼ିପିଓ ସୁପ୍ରଶ୍ନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଅଂଚଳରେ ଅପରାଧ ବୃଦ୍ଧି ପାଇବା ସହ ଯୁବକମାନେ ପଥ ଭ୍ରଷ୍ଟ ମଧ୍ୟ ହେଉଛନ୍ତି ଯାହାକି ସମାଜ ପାଇଁ ବଡ଼ ବିପଦ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସ୍ବର୍ଣଲତା ପ୍ରଧାନ, ସମିତି ସଭ୍ୟ ବୈରାଗୀ କହଁର ଯୁବ ସଂଗଠକ ଈଶ୍ୱର ବେହେରା, ନାଏବ ସରପଞ୍ଚ ଶ୍ରୀକାନ୍ତ ଡିଗାଲ ପ୍ରମୁଖ ଯୋଗ ଦେଇ ଗଞ୍ଜେଇ ଚାଷ ରୋକିବା ଦିଗରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ସମୁର୍ଣ୍ଣ ସହଯୋଗ କଲେ ଏହା ରୋକା ଯାଇପାରିବ ବୋଲି କହିଥିଲେl ସେହିପରି ଗୋଛାପଡା ଥାନାରେ ମଧ୍ୟ ଥାନାଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱ ଓ ସହଯୋଗରେ ଗଞ୍ଜେଇ ଚୋରା ଚାଲାଣ ଓ ଚାଷ ନେଇ ସଚେତନତା କରାଯାଇଥିଲା l ସରପଞ୍ଚ ରୋହିତ କହଁରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post