xmas

ସୋଆର ଅଧ୍ୟାପିକା ଓ ଛାତ୍ରଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ଭୁବନେଶ୍ୱର,୨୨/୧୦: ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଅଧ୍ୟାପିକା ଡକ୍ଟର ଶାନ୍ତିଲତା ଚମ୍ପତି ଓ ଛାତ୍ର ଅମିତ ପଣ୍ଡାଙ୍କୁ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯାଇଛି ।

ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଙ୍କ ସମତେ “ମୋ କଲେଜ ଅଭିଯାନ” ର ସଭାପତି ଶ୍ରୀ ଆକାଶ ଦାସ ନାୟକ ,ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଏନ୍‌ଏସ୍‌ଏସ୍ ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପ ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।

ପୁରସ୍କାର ପାଇଥିବା ସୋଆର ଅଧ୍ୟାପିକା ଓ ଛାତ୍ରଙ୍କୁ ସୋଆ ଏନ୍‌ଏସ୍‌ଏସ୍ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.