xmas

ଉତ୍କଳ ୟୁନିଭରସିଟିରେ ୨୦୦ କୋଟି ଟଙ୍କାର ଦୁର୍ନୀତି : ଅଡିଟିରେ ଧରାପଡିଲା ଦୁର୍ନୀତି

୨୦୦ କୋଟି ଟଙ୍କା ଫେରାଇବ ଉତ୍କଳ ୟୁନିଭରସିଟି, ତୁରନ୍ତ ଟଙ୍କା ଫେରସ୍ତ ପାଇଁ କୋର୍ଟର ଦ୍ୱାରସ୍ତ ହେବେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ

ଭୁବନେଶ୍ୱର: ଉତ୍କଳ ୟୁନିଭରସିଟି ବିକାଶ ନାମରେ ଶହଶହ କୋଟି ଟଙ୍କା ଦୁର୍ନୀତି ହୋଇଛି ଏପରି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ । ଶ୍ରୀ ଦାସ କହିଛନ୍ତି; ଉତ୍କଳ ୟୁନିଭରସିଟିରେ ବିଭିନ୍ନ ପ୍ରକଳ୍ପ ପାଇଁ ଶହଶହ କୋଟି ଟଙ୍କା ଅନୁମୋଦନ ହୋଇ ଖର୍ଚ୍ଚ ହୋଇଛି ଏଥିରେ ଅନେକ ଟଙ୍କା ଲୁଟ୍/ ଦୁର୍ନୀତି ହୋଇଛି । ଶହଶହ କୋଟି ଟଙ୍କାର ହିସାବ ଦେଇପାରୁନି ଉତ୍କଳ ୟୁନିଭରସିଟି । ଅଡିଟ୍ ରିପୋର୍ଟରେ ଧରାପଡିଲା ୨୦୦ କୋଟି ଟଙ୍କାର ଦୁର୍ନୀତି/ ଅନିୟମିତତା । ୨୦୦ କୋଟି ଟଙ୍କା ଉତ୍କଳ ୟୁନିଭରସିଟି ଫେରସ୍ତ କରିବ । କିନ୍ତୁ ବାସ୍ତବରେ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟ୍ ହୋଇଛି । ଯଦି ଭଲ ଭାବରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ତେବେ ଏହାର ପରିମାଣ ଅଧିକ ହେବ । ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଆଚାର୍ଯ୍ୟ/ ହଟଚମଟ ସୃଷ୍ଟି କରିଛି; ଉତ୍କଳ ୟୁନିଭରସିଟିରେ, ପାର୍କ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୩୯ ଲକ୍ଷ ୨୨ ହଜାର ୧୧୨ ଟଙ୍କା ସେହିପରି ଜଙ୍ଗଲ ସଫେଇ ଓ ପାଣି ଟାଙ୍କି ମରାମତି ବାବଦରେ ଖର୍ଚ୍ଚ ହୋଇଛି ୨୬ ଲକ୍ଷ ୪୪ ହଜାର ୬୭୦ ଟଙ୍କା ଏବଂ ପାଚେରୀ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ୮୧ ଲକ୍ଷ ୯୮୦୦୦ ହଜାର ଟଙ୍କା, ଟେକ୍ନିକାଲ ପାର୍କ ପାଇଁ ଖର୍ଚ୍ଚ ହୋଇଛି ୫ କୋଟି ୭୫ ଲକ୍ଷ ଟଙ୍କା, ମରାମତି ଓ ଫନିଚର କିଣାରେ ଖର୍ଚ୍ଚ ହୋଇଛି ୩ କୋଟି ୬୨ ଲକ୍ଷ ୬୧ ହଜାର ୯୩୯ ଟଙ୍କା, ଅଡିଟୋରିଅମ ମରାମତି ଓ ବୈଠକ ଷ୍ଟେଜ ପାଇଁ ଖର୍ଚ୍ଚ ହୋଇଛି ୫ କୋଟି ୫୮ ଲକ୍ଷ ୨୦୦୦ ହଜାର ଟଙ୍କା, ମଣ୍ଡପ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୧୯ ହଜାର, ମହିଳା ହଷ୍ଟେଲ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୯୭ ଲକ୍ଷ ୪୬୦୦୦ ହଜାର ଟଙ୍କା, ଲାଇବ୍ରେରୀ ମରାମତି ଓ ନୂତନ ପାଇଁ ଖର୍ଚ୍ଚ ହୋଇଛି ୫୨ ଲକ୍ଷ ୭୨ ହଜାର ୪୪୮ ଟଙ୍କା । ସୂଚନା ଅଧିକାର ଆଇନରେ ଉତ୍କଳ ୟୁନିଭରସିଟି ପକ୍ଷରୁ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.