ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମପିଭି ୩୧ ଗ୍ରାମର ମତୁଆ ଆଚାର୍ଯ୍ୟ ଶ୍ରୀ ସୁଧୀର ଗୋସେଇଁଙ୍କ ବାସଭବନ ଠାରେ ଶ୍ରୀ ଶ୍ରୀ ଶାନ୍ତି ହରି ମନ୍ଦିରର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡ଼କାମି ଓ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ପୋତିତ ପାଵନ ବଇଦ୍ୟ, ବରିଷ୍ଠ ନେତା ସୁଦଂଶୁ ବିଶ୍ୱାସ (ଭୋଳା କାକା), କାଲିମେଳା ବ୍ଲକ୍ ସଭାପତି ଶ୍ରୀ ଶରତ ଚନ୍ଦ୍ର ବିଶ୍ବାଳ, ସାଂସଦ ପ୍ରତିନିଧି ଇ.ଭେଙ୍କଟ ରାଓ, ବରିଷ୍ଠ ନେତା ତପନ୍ ସାନା, ବରିଷ୍ଠ ନେତା କାମସେନ୍ ପ୍ରଧାନ, ମାତୁଆ ସମାଜ ସଭାପତି ପୋଟେରୁ ମନ୍ଦିର ଶ୍ରୀ ଅଶୋକ ହଲଦର୍, ବରିଷ୍ଟ ନେତା ମୂର୍ତ୍ତ୍ୟଞ୍ଜୟ ହାଲଦର ଯୋଗ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମାତୁଆ ଗୋସେଇଁ ସୁବାସ ମଣ୍ଡଳ, ଏମପିଭି ୩୧ ଗ୍ରାମର ସୁବର୍ଣ୍ଣ ସିଲ୍, ବିନୋଦ ସାହୁ, ଗଙ୍ଗା ମାଢ଼ି, ରମେନ୍ ମଣ୍ଡଳ, ଏମପିଭି ୩୯ ଗ୍ରାମର ବାସୁଦେବ ମଣ୍ଡଳ, ଏମପିଭି ୭୧ ଗ୍ରାମର ଚିତ୍ତ ସିଲ୍, ଏମପିଭି ୨୫ ଗ୍ରାମର ଅଶୋକ ସରକାର, ଏମପିଭି ୨୬ ଗ୍ରାମର ମତୁଆ ଗୋସେଇଁ ଦୁଲାଲ ମଣ୍ଡଳ, ଏମପିଭି ୩୫ ଗ୍ରାମର ଅଶୋକ ବାବୁ, ଏମପିଭି ୬୯ ଗ୍ରାମର ଦିଲିପ ସିଲ୍, ଏମପିଭି ୯୮ ଗ୍ରାମର ମତୁଆ ଆଚାର୍ଯ୍ୟ କେନା ଗୋସେଇଁ ଓ କାଳିମେଳା ଜୋନ ସଭାପତି ସୁବ୍ରତ ସିଲ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବାର୍ଷିକ ମହୋତ୍ସବରେ ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ ।
