xmas

ମେଲବୋର୍ଣ୍ଣରେ ମହାବିଜୟ: ପାକିସ୍ତାନ ବିପକ୍ଷରେ ଗର୍ଜିଲେ କୋହଲି, ଭାରତ ପାଳିଲା ଦୀପାବଳି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି। ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ହୋଇଥିଲା। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏହି ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।

କୋହଲିଙ୍କ ଧୁଆଁଧାର ବ୍ୟାଟିଂ ବିଜୟର ସାଥ୍ ଦେଇଥିଲା। ପାକିସ୍ତାନ ବିପକ୍ଷରେ ଭାରତକୁ ଜିତାଇବାରେ ବିରାଟ କୋହିଲି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅପରାଜିତ ଅର୍ଦ୍ଧଶତକରେ କୋହିଲି ଖେଳିଥିଲେ ମ୍ୟାଚ ବିଜୟୀ ୮୨ ରନର ଧୂଆଧାର ଇନିଂସ। ୫୩ ବଲରୁ ୬ ଚୌକା ଓ ୪ ଛକା ସହାୟତାରେ ଅପରାଜିତ ୮୨ରନ କରିଥିଲେ ବିରାଟ କୋହିଲି। ଶେଷ ଭାଗରେ ଅବିଶ୍ବସନୀୟ ବ୍ୟାଟିଂ ପ୍ରଦର୍ଶନ କଲେ କୋହିଲି। ଅଶ୍ବିନୀ ଶେଷ ବଲରେ ୧ ରନ କରି ଭାରତ ପାଇଁ ବଡ଼ ବିଜୟ ଆଣି ଦେଇଥିଲେ ।

ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଏହାପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା। ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍‌ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ୮୨ରନ୍, ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍, ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ଅଶ୍ୱିନୀ ନଟ୍ ଆଉଟ ୧ ରନ୍ କରିଥିଲେ।

Leave A Reply

Your email address will not be published.