xmas

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତର ପହିଲି ସ୍ପର୍ଶ

ଫୁଲବାଣୀ, ୨୫/୧୦: ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଶୀତ ଛୁଇଁଛି l ଗତ ଦୁଇ ଦିନ ହେଲା ଫୁଲବାଣୀ ସହରରେ ହାଲକା ଶୀତ ଅନୁଭୁତ ହେଉଛି l ରାତିରେ ପାରଦ ହ୍ରାସ ପାଉ ଥିବାରୁ ଶୀତ ଟିକିଏ ହେଉଛି l ତାପମାତ୍ରା ୧୫ ଡିଗ୍ରୀ ସେଲସିଅସକୁ ହ୍ରାସ ପାଇଛି l ସେହିପରି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ବି ହାଲକା ଥଣ୍ଡା ଅନୁଭୁତ ହେଲାଣି l ସକାଳୁ ସକାଳୁ ଦିନେ ଦିନେ କୁହୁଡ଼ି ମଧ୍ୟ ପଡୁଛି l ପହିଲି ଶୀତ ସକାଳରେ ପୁଲକିତ ହୋଇ ଉଠିଛି ପ୍ରକୃତି ରାଣୀ l ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟାକୁ ବିମୋହିତ କରୁଛି l କନ୍ଧମାଳ ଜିଲ୍ଲାରେ ସୁଲ ସୁଲିଆ ପବନ ସହ କୁହୁଡି ପଡୁ଼ଛି l କୁହୁଡିର ଘନ ଆସ୍ତରଣ ଥିବାରୁ ଜିଲାର ରୂପ ଲାବଣ୍ୟ ବୃଦ୍ଧି ପାଉଛି l ସକାଳୁ ଫୁଲବାଣୀ ସହର କୁହୁଡିର ସଫେଦ ଚାଦରରେ ଢାଙ୍କି ହୋଇ ରହୁଛି l ଫଳରେ ଏହାର ବେଶ ମଜା ନେଉଛନ୍ତି ସହରବାସୀ l ନିଜକୁ ଫିଟ ରଖିବା ପାଇଁ ସକାଳୁ କିଏ ମଣିଙ୍ଗୱାକ କରୁଛି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି l ସେହିପରି ସନ୍ଧ୍ୟାର ହାଲକା ଥଣ୍ଡାର ମଜା ଉଠାଉଛନ୍ତି ସହରବାସୀ l ସେହିପରି ଥଣ୍ଡା ଆରମ୍ଭ ହେଉ ହେଉ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଶୀତ ବସ୍ତ୍ରର ପସରା ମଧ୍ୟ ମେଲିଛି l

Leave A Reply

Your email address will not be published.