xmas

ଗ୍ରାମାଞ୍ଚଳର ବିକାଶ ପାଇଁ ବିଡ଼ିଓଙ୍କ ପ୍ରୟାସ

ଫୁଲବାଣୀ, ୨୬/୧୦: ରାଜ୍ୟ ସରକାର ସର୍ବଦା ଗ୍ରାମର ଓ ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ବ ଦେଇ ବିଭିନ୍ନ ଜନହିତକର ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି l ତେବେ ଅଫିସର ମାନଙ୍କ ନିଷ୍ଠା ଓ ଦକ୍ଷତାର ଅଭାବ ଯୋଗୁଁ ସରକାରଙ୍କ ଏସବୁ ଯୋଜନାର ଶତ ପ୍ରତିଶତ ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ବେଳେ କନ୍ଧମାଳ ଜିଲାର ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଅଞ୍ଚଳର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ସହ ସରକାରଙ୍କ ଯୋଜନା ଯେପରି ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚିବ ଆଉ ଗରିବ ଆଦିବାସୀ ଲୋକେ ଯେପରି ଶତ ପ୍ରତଶତ ସୁଫଳ ପାଇବେ ସେଥିପ୍ରତି ଗୁରୁତ୍ୱ ଦେଉଥିବା ଦେଖାଯାଉଛି l ବିଡ଼ିଓ ମହନ୍ତ ନିଷ୍ଠା ଓ ଆନ୍ତରିକତାର ସହ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଯାଇ ପରିବର୍ତନ ମେଳା, ସଚେତନତା ସଭା ମାନ କରି ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଉଛନ୍ତି ଆଉ ଯୋଜନାର ସୁଫଳ ଯେପରି ଗରିବ ହିତାଧିକାରୀଙ୍କୁ ମିଳିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି l ଫଳରେ ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ସୁବିଧା ପାଇପାରୁଥିବା ଦେଖାଯାଉଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ମନରେଗା ଜବ କାର୍ଡଧାରୀ ହୁଅନ୍ତୁ, କାଳିଆ ଯୋଜନା ଆଦି ସମସ୍ତ ଯୋଜନାର ପ୍ରକୃତ ହିତାଧିକାରୀଙ୍କୁ ସୁବିଧା ମିଳିପାରୁଥିବାରୁ ହିତାଧିକାରୀ ମାନେ ବେଶ ଖୁସି ଥିବା କହିଛନ୍ତି l
ସେହିପରି ସୁବିଧା ଅସୁବିଧାରେ ହିତାଧିକାରୀଙ୍କ ଦୁଆର ମୁହଁରେ ପହଞ୍ଚି ସମସ୍ୟା ଦୂର କରିଥାନ୍ତି ବିଡ଼ିଓ ମହନ୍ତ l ସେହିପରି ସର୍ବଦା ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଥାନ୍ତି ସେ l ଗମନା ଗମନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି ବିଡ଼ିଓ ରଶ୍ମି ରଞ୍ଜନ l ତାଙ୍କ ପ୍ରଚେଷ୍ଟାରେ ବ୍ଲକର ଦଶଟିରୁ ଉର୍ଧ୍ଵ ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇପାରିଛିl ଫଳରେ ଲୋକେ ବିଡ଼ିଓ ହେବ ତ ଏମିତି ବୋଲି କହୁଥିବା ଶୁଣିବାକୁ ମିଳୁଛି l ତାଙ୍କର କାର୍ଯ୍ୟ ଦକ୍ଷତା, ସଚୋଟ ପଣିଆକୁ ଭିତ୍ତି କରି ସରକାର ନିକଟରେ ରଶ୍ମିରଂଜନଙ୍କୁ ପଦୋନ୍ନତି ଦେଇଛନ୍ତି l

Leave A Reply

Your email address will not be published.