xmas

ଟିକାବାଲି ବ୍ଲକ ମନରେଗା ଯୋଜନାର ସମୀକ୍ଷା, ୪୬ କାମରେ ଅନିୟମିତତା ଅଭିଯୋଗ

ଫୁଲବାଣୀ, ୨୭/୧୦: ସରକାର ଗ୍ରାମାଞ୍ଚଳର ଜବକାର୍ଡ ଧାରୀମାନଙ୍କୁ ମନରେଗା ଯୋଜନାରେ କାମଧନ୍ଦା ଯୋଗାଇଦେବା ସହ ଠିକ ସମୟରେ ବ୍ୟାଙ୍କ ଖାତା ମାଧ୍ୟମରେ ହିତାଧିକାରୀମାନଙ୍କୁ ପେମେଣ୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନୀୟମିତତା ହୋଇଥିବା ଖବର ଦୃଷ୍ଟିକୁ ଆସିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକରେ ୪୬ଟି ମନରେଗା ପ୍ରକଳ୍ପରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ସାମାଜିକ ସମୀକ୍ଷାରୁ ଜଣାପଡିଛି । ବିନା ସୂଚନା ଫଳକରେ କାମ ହେବା ଓ ସୂଚନା ଫଳକ ନିର୍ମାଣ ନକରି କରାଯାଇଥିବା ଦର୍ଶାଇ ଟଙ୍କା ଉଠାଣ ହୋଇଥିବା ଜଣାପଡିଛି । ତେବେ ନିର୍ମାଣ ବାବଦ ଅର୍ଥ ଫେରାଇବା ସହ ଜୋରିମାନା ଅର୍ଥ ମିଶାଇ ଆଦାୟ କରାଯିବା ପାଇଁ ସ୍ଥିର ହୋଇଛି। ଟିକାବାଲି ବିଡ଼ିଓ ମନୋଜ କୁମାର ତ୍ରିପାଠୀ ଏଭଳି କାର୍ଯ୍ୟ ପୁର୍ନବାର ଯେପରି ନହୁଏ ସେଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଓ ତାହାର କାର୍ଯ୍ୟକରୀତା ସଂପର୍କରେ ବୁଝାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ସାମାଜିକ ସମୀକ୍ଷା ବୈଠକରେ ପିଏଆଇଟିଡିଏ ବାଲିଗୁଡ଼ା ମଧୁସୂଦନ ବେହେରା, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଦୁଃଶାସନ ସିଂ, ବ୍ଲକ ଅଧ୍ୟକ୍ଷ ଦିଲ୍ଲିପ କହଁର ଓ ବ୍ଳକର ବିଭିନ୍ନ ଅଧିକାରୀମାନେ ଯୋଗଦେଇଥିଲେ। ଟିକାବାଲି ବ୍ଳକର ୧୧ଟି ପଞ୍ଚାୟତର କାର୍ଯ୍ୟ ସମୀକ୍ଷା ହୋଇଥିଲା । ବ୍ଳକ ଗୁଡିକରେ ଚାଲିଥିବା ଦୁର୍ନୀତି ଓ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.