xmas

ବାଲିଗୁଡାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଫୁଲବାଣୀ, ୨୭/୧୦: କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, କ. ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା, କୋଟଗଡ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କ ନେତୃତ୍ୱରେ ଚାରିଗୋଟି ବ୍ଲକରୁ ଅନ୍ୟ ଚାରି ହଜାରରୁ ଉର୍ଦ୍ଧ ବିଜେଡ଼ିର ପୁରୁଷ ମହିଳା କର୍ମୀ ଯୋଗଦେଇଥିଲେ l ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରୁ ପଦଯାତ୍ରା ବାହାରି ବଜାର ଦେଇ ଟାଉନ ହଲରେ ପହଞ୍ଚିଥିଲା l ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ପଦଯାତ୍ରାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ. ଜ଼ିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ. ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର. ବାଲିଗୁଡା ଏନ ଏ ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, କ. ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର ଏବଂ ସାଂସଦ ପ୍ରତିନିଧି ବ୍ରିଷ୍ଣୁ କହଁର ପ୍ରମୁଖ ଯୋଗ ଦେଇଥିଲେ l ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ସୁଦୂର ପ୍ରସାରି ଯୋଜନା ଏବଂ ଜନ ହିତକର କାର୍ଯ୍ୟକ୍ରମ ସମ୍ବନ୍ଧରେ ନେତା ମାନେ ବୁଝାଇଥିଲେ l ଦଳୀୟ କର୍ମୀମାନେ ଗାଁକୁ ଯାଇ ଗ୍ରାମାଞ୍ଚଳର ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ନବୀନ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବା ସଙ୍ଗେ ସଙ୍ଗେ ସମ୍ପର୍କ ବୃଦ୍ଧି କରିବା ଲାଗି ପରାମର୍ଶ ଦେଇଥିଲେl

Leave A Reply

Your email address will not be published.