xmas

ରଙ୍ଗପାରୁ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା: କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବ ମୋର୍ଚ୍ଚାର ଅନିର୍ଦିଷ୍ଟ କାଳ ଧାରଣା

ଫୁଲବାଣୀ, ୨୭/୧୦: ବେଲଘର ଥାନା ଅଞ୍ଚଳରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତାଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠୁ ଧାରଣା ଦେଇଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା l ଏହି ଘଟଣାରେ ଜିଲ୍ଲା ପ୍ରଶାସନର ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ନବଜାତ ଶିଶୁର ମୃତ୍ୟୁ ହେଲା l ତେବେ ଜିଲ୍ଲା ପ୍ରଶାସନ କେବଳ ମେଟ୍ରୋନଙ୍କୁ ଚାକିରୀରୁ ବହିସ୍କୃତ କରିଥିବା ବେଳେ ଅନ୍ୟମାନଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଦେଇ ଚୁପ ବସିଛି ବୋଲି ଯୁବ ମୋର୍ଚ୍ଚା ସଭାପତି କହଁର ଅଭିଯୋଗ କରିଛନ୍ତି l ସରକାର ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଏଯାଏଁ l ପୀଡିତା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ରାଶି ଯୋଗାଇଦେବା ସହ ଦୋଷୀ ଅନ୍ୟମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧର୍ମଘଟ କରୁଛି ବିଜେପି ଯୁବ ମୋର୍ଚ୍ଚା l ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋଲୋକ କହଁର କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାମବିଶି ଡିଗାଲ ଓ ଦେବ ନାରାୟଣ ପ୍ରଧାନଙ୍କ ସମେତ ବହୁ ଯୁବ ମୋର୍ଚ୍ଚା ନେତା ଉପସ୍ଥିତ ଥିଲେ l

Leave A Reply

Your email address will not be published.